ଓଡିଶା ବଜାରରେ କରୋନା ପ୍ରଭାବ । ଚୀନରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ କମିବା ପରେ ଆଉ ହେଉନି ଆଗ ପରି ବେପାର

୨୫ରୁ ୩୦ ପ୍ରତିଶତ ବଢିଗଲାଣି ସାମଗ୍ରୀ ଦାମ

379

କନକ ବ୍ୟୁରୋ: କରୋନା ଭାଇରସ୍ ଯୋଗୁଁ ଚୀନର ମ୍ୟୃତ୍ୟୁ ସଂଖ୍ୟା ୨ ହଜାର ପହଁଞ୍ଚି ସାରିଲାଣି । ଏହାକୁ ନେଇ ସାରା ବିଶ୍ୱ ବ୍ୟାପି ସତର୍କତା ଅବଲମ୍ବନ କରାଯାଉଛି । ତେବେ ଏହାର ପ୍ରଭାବ ପଡିଛି ଓଡିଶାର ବେପାରୀଙ୍କ ଉପରେ । ଖାସ୍ କରି ରାଜଧାନୀର ଇଲୋକଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟୀ ଅଧିକ ପ୍ରଭାବିତ ହେଲେଣି । ଚୀନରୁ ମାଲ୍ ଆସୁନି, ଯାହା ମହଜୁଦ୍ ଥିଲା ତାହା ଶେଷ ହେବା ଉପରେ । ଏପରି ସ୍ଥିତିରେ ଓଡିଶାର ଇଲୋଟ୍ରନିକ୍ସ ବଜାରରେ ଦେଖିବାକୁ ମିଳିଲାଣି ମାନ୍ଦାବସ୍ଥା ।

ଏ ଚିତ୍ର ହେଉଛି ଭୁବନେଶ୍ୱର ୟୁନିଟ ୧ ମାର୍କେଟର ଇଲୋକ୍ଟ୍ରନି୍ସ ଆଇଟମ ବିକ୍ରି ବଟା ହେଉଥିବା ବଜାରର । ଚାଇନାରେ କରୋନା ଭୂତାଣୁ ଆତଙ୍କ ଦେଖାଦେବା ପରେ ଏହାର ପ୍ରଭାବ ପଡିଛି ଓଡିଶା ବଜାର ଉପରେ । ଦୋକାନ ଆଗରେ ଆଗଭଳି ସେପରି ଆଉ ଗ୍ରାହକଙ୍କ ଭିଡ ନାହିଁ । ଚୀନରେ କରୋନା ଆତଙ୍କ ପରେ ସେଠାରୁ ଇଲୋକ୍ଟନିକ୍ସ ସାମଗ୍ରୀ ଆମଦାନୀ କମ୍ ହୋଇଯାଇଛି । ଫଳରେ ବଜାରରେ ଥିବା ବିଭିନ୍ନ ବ୍ୟାଟେରୀ ଚାଳିତ ଖେଳଣା, ଟର୍ଚ୍ଚ ଲାଇଟ୍, ଘଂଟା ଏବଂ ଅନ୍ୟାନ୍ୟ ସାମଗ୍ରୀର ମୁଲ୍ୟ ୨୫ ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହାର ପ୍ରଭାବ ବେପାର ଉପରେ ପଡିଛି ।

ଅନ୍ୟପଟେ ମୋବାଇଲ ଯନ୍ତ୍ରାଂଶ ଓ ସାମଗ୍ରୀ ବଜାର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ବାପୁଜୀ ନଗର ଅବସ୍ଥା ମଧ୍ୟ ଖରାପ । କରୋନା ଆତଙ୍କ ଫଳରେ ଏଠାକାର ମୋବାଇଲ ଉପକରଣ ବିକ୍ରିବଟା ମଧ୍ୟ ମାନ୍ଦା ପଡିଛି । ଦିଲ୍ଲୀ, ମୁମ୍ବାଇ, କୋଲକତା ମାର୍କେଟ ଉପରେ ନିର୍ଭର କରୁଥିବା ଏଠାକାର ବିଭି୍୍ନ୍ନ ବ୍ୟବସାୟୀ ଚଢ଼ା ଦରରେ ବିଭି୍ନ୍ନ ସଂରଜାମ କିଣୁଛନ୍ତି । ଏଭଳି ଅବସ୍ଥା ଲାଗି ରହିଲେ ଆଗକୁ ମାର୍ଚ୍ଚ ମାସ ଶେଷ ବେଳକୁ ବଜାରରୁ ଚାଇନା ଜିନିଷ ଉଭାନ ହୋଇଯାଇପାରେ ।