ଆସନ୍ତା ମେ ୯ ତାରିଖରେ ରାଜଧାନୀରେ ଗର୍ଜିବେ ଯୁବ କଂଗ୍ରେସ କର୍ମୀ : ସରକାରଙ୍କୁ ମାଗିବେ ଜବାବ

20

କନକ ବ୍ୟୁରୋ : ରାଜଧାନୀରେ ଗର୍ଜିବେ ଯୁବ କଂଗ୍ରେସ କର୍ମୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ନୀତି ବିରୁଦ୍ଧରେ ଯୁବ କଂଗ୍ରେସ କରିବ ଯୁବ ଅଧିକାର ସମାବେଶ । ଆସନ୍ତା ମେ ୯ ତାରିଖରେ ଭୁବନେଶ୍ୱରରେ ଏକାଠି ହୋଇ ସରକାରଙ୍କୁ ମାଗିବେ ଜବାବ ।

ସାରା ରାଜ୍ୟରେ ଥିବା ବେକାରଙ୍କୁ ଚାକିରୀ ଦିଅ ନହେଲେ ଭତା ପ୍ରଦାନ କର । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଚାକିରୀ କ୍ଷେତ୍ରରେ ଓଡିଆଙ୍କ ପାଇଁ ୮୫ ଶତକଡା ସ୍ଥାନ ସଂରକ୍ଷଣ କର । ଏମିତି ଦାବିରେ ଯୁବ କଂଗ୍ରେସ ଓହ୍ଲାଇବ ରାଜରାସ୍ତାକୁ । ନବୀନ ସରକାରଙ୍କ ୧୭ ବର୍ଷର ଶାସନ ଓ ମୋଦି ସରକାରର ୩ବର୍ଷର ଶାସନରେ ଶିକ୍ଷିତଙ୍କୁ କର୍ମନିଯୁକ୍ତି ଦେବା କ୍ଷେତ୍ରରେ ସରକାରଙ୍କ ଉଦାସୀନ ମନୋଭାବକୁ ବିରୋଧ କରି ଆଗକୁ ଯୁବ କଂଗ୍ରେସ ତାର ଆନ୍ଦୋଳନକୁ ବ୍ୟାପକ କରିବ ।