ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ: ଓଡିଶା ପ୍ରଭାରୀ ଜୀତନ୍ଦ୍ରେ ସିଂ ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ହାତାହାତି ହେଲେ କଂଗ୍ରେସ କର୍ମୀ; ୩ ଆହତ, ଜଣେ ଗୁରୁତର

128

କନକ ବ୍ୟୁରୋ: ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ । ଲୁହା ରଡ୍ ଆଉ ହତିଆରରେ ହୋଇଛି ଆକ୍ରମଣ ଏବଂ ୩ ଜଣ ଗୁରୁତର । ଗୁରୁତରଙ୍କ ମଧ୍ୟରେ ଯୁବ କଂଗ୍ରେସ ନେତା ସ୍ୱପ୍ନଜିତ୍ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ।ହତ ହୋଇଛନ୍ତି । ସେମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତି କରାଯାଇଛି । ଆଶୁତୋଷ ମିଶ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଇସିୟୁରେ ଭର୍ତି କରାଯାଇଛି । ତେବେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପ୍ରଦୀପ ମାଝୀ, ପୂର୍ବତନ ସାଂସଦ, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ଶ୍ରୀମନ୍ଦିର ଦର୍ଶନସାରି କଂଗ୍ରେସ ଭବନକୁ ଓଡିଶା ପ୍ରଭାରୀଙ୍କ ସହ ନେତାମାନେ ପ୍ରବେଶ କରୁଥିବା ବେଳେ ହଠାତ୍ ଅନ୍ୟ ଗୋଷ୍ଠୀର କିଛି ଯୁବକ ଲୁହା ରଡ୍ ଓ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ବୋଲି ଆହତ ଯୁବ କଂଗ୍ରେସ ନେତା ଆଲୋକ ଦାସ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପୁରୀରେ କଂଗ୍ରେସର ଆଜି ଏକ ବିଶାଳ ସମୀକ୍ଷା ବୈଠକ ଆୟୋଜନ ହୋଇଥିଲେ । ଏହି ବୈଠକରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଂଜନ ପୂଜାରୀଙ୍କ ସମେତ କଂଗ୍ରେସର ବହୁ ତୁଙ୍ଗନେତାମାନେ ସାମିଲ ହୋଇଥିଲେ । ତେବେ ଏହି ସମୟରେ ବାହାରୁ କିଛି ଦୃର୍ବୁତ ହାତରେ ମାରଣାସ୍ତ୍ର ଧରି ସଭାସ୍ଥଳକୁ ପଶିଆସିଥିଲେ ଆଉ କଂଗ୍ରେସ କର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।

ଫଳରେ ସଭାସ୍ଥଳଟି କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଯାଇଥିଲା । ଏହି ଆକ୍ରମଣରେ ୩ ଜଣ ଯୁବକଂଗ୍ରେସ ନେତା ଗୁରୁତର ଭାବେ ଆହତ ହୋଇଛନ୍ତି । ଏମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ହେବାକୁ ତାଙ୍କୁ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି କୁମ୍ଭାରପଡା ପୁଲିସ ।