ଅନୁଗୁଳ ଜେଲରେ ଅନଶନରତ ୬ କଂଗ୍ରେସ କର୍ମୀ ଅସୁସ୍ଥ :୪ ଜଣଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର

33

ଅନୁଗୁଳ : ଅନୁଗୁଳ ଜେଲରେ ଅନଶନରେ ବସିଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରୁ ୬ ଜଣ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ୨ ଜଣଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ଅନ୍ୟ ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ଜିଲ୍ଳା ସଭାପତି ପ୍ରତାପ ପ୍ରଧାନ ଅଛନ୍ତି।

ମହାନଦୀ ପ୍ରସଙ୍ଗରେ କଂଗ୍ରେସର ଓଡିଶା ବନ୍ଦକୁ ନେଇ ୧୬ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପ୍ରତିବାଦରେ ୧୪ ଜଣ କଂଗ୍ରେସ କର୍ମୀ ଅନଶନରେ ବସିଛନ୍ତି।