ରାହୁଲ ଗାନ୍ଧୀଙ୍କ ନିଷ୍ପତି ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ କଂଗ୍ରେସ କର୍ମୀ । କହିଲେ, ନିଷ୍ପତି ବଦଳାଅ, ନଚେତ ଜୀବନ ହାରିିବି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ବିରୋଧ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯୁବକ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ପ୍ରଥମେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା କେହି ଜାଣିପାରିନଥିଲେ ତେବେ ଯୁବକ ଜଣକ ମୁହଁ ଖୋଲିବା ପରେ ସମସ୍ତେ ତାଜୁବ ହୋଇଯାଇଥିଲେ । ଉଦ୍ଧାର ପରେ ଯୁବକ ଜଣକ କହିଥିଲେ, ଯଦି ରାହୁଳ ଗାନ୍ଧୀ ନିଜ ଇସ୍ତଫା ଫେରାଇ ନ ନିଅନ୍ତି ତେବେ ମୁଁ ଫାଶୀ ଲଗାଇ ଜୀବନ ହାରିଦେବେ । ଉଦ୍ଧାର ପରେ ଉକ୍ତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Delhi: A Congress worker attempted suicide by trying to hang himself outside Congress Office. He says, “Rahul Gandhi should take back his resignation else I will hang myself.” pic.twitter.com/AhoClvzEPk
— ANI (@ANI) July 2, 2019
ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ । ତେବେ ରାହୁଲଙ୍କ ଇସ୍ତଫା ନିଷ୍ପତିକୁ ଦଳୀୟ ନେତା ଓ କର୍ମୀ ବିରୋଧ କରିବା ସହ ଇସ୍ତଫା ଫେରାଇ ନେବାକୁ ଦାବି କରୁଛନ୍ତି । ଏପରିକି କିଛି କର୍ମୀ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ଧାରଣା ମଧ୍ୟ ଦେଇଛନ୍ତି । କିନ୍ତୁ ଏସବୁ ସତ୍ତେ୍ୱ ମଧ୍ୟ ନିଜ ନିଷ୍ପତିରେ ଅଟଳ ରହିଛନ୍ତି ରାହୁଲ । କଂଗ୍ରେସର ବରିଷ୍ଠ ନେତା ରାହୁଲଙ୍କୁ ଇସ୍ତଫା ଫେରାଇ ନେବାକୁ ବୁଝାଇଥିଲେ ମଧ୍ୟ ଏଥିରେ ସଫଳ ହୋଇନାହାନ୍ତି । ଖୁବଶୀଘ୍ର କଂଗ୍ରେସ ପାଇଁ ନୂଆ ଅଧ୍ୟକ୍ଷ ଖୋଜିବାକୁ ମଧ୍ୟ ସିଇସି କମିଟିକୁ ରୋକଠୋକ ଜଣାଇଛନ୍ତି ରାହୁଲ । ଯାହାକୁ ନେଇ ଏବେ କଂଗ୍ରେସ ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ମାତ୍ର ୫୧ ଜଣ ସାଂସଦ ଜିତିବାକୁ ସକ୍ଷମ ହୋଇଥିଲେ ଓ ଏହାସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନର ପାହାଡ ଛିଡା ହୋଇଥିଲା ।