ବାରବାଟୀ-କଟକରେ କମାଲ କଲା କଂଗ୍ରେସ । ବିଜେଡି ହେଭିୱେଟ୍ ଦେବାଶିଷଙ୍କୁ ପରାସ୍ତ କରି ବିଜୟୀ ଟୀକା ପିନ୍ଧିଲେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ।

399

କନକ ବ୍ୟୁରୋ: କଟକ ବାରବାଟୀରେ କମବ୍ୟାକ୍ କଲା କଂଗ୍ରେସ । କଟକ-ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ‘ହାତ’କୁ କଲେ ମଜବୁତ । ବିଜେଡି ହେଭିୱେଟ ଦେବାଶିଷ ସାମନ୍ତରାୟଙ୍କୁ ୪ ହଜାର ୧୧୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହେଲେ ମହମ୍ମଦ ମୋକିମ ।

ଯେଉଁ ଆସନ ଉପରେ ବିଜୟ ସମ୍ଭାବନାକୁ ବିଜେଡି ଜୋର୍ ଦେଉଥିଲା ଶେଷରେ ବିଜେଡିର ବିଜୟ ପଥକୁ ‘ହାତ’ ଅଟକାଇ ଦେଇଛି । ଆଉ ଦୀର୍ଘ ଦିନ ଧରି ବାରବାଟୀ-କଟକ ପାଇଁ ଯେଉଁ ପରିଶ୍ରମ କରିଥିଲେ ମୋକିମ୍ ଶେଷରେ ତାହାର ଫଳ ମିଳିଛି । ଆଉ ସ୍ଥାନୀୟ ବାସିନ୍ଦାଙ୍କ ଭରସା ଜିତି ଏଥର ବିଜୟୀ ଟୀକା ପିନ୍ଧିଛନ୍ତି ମୋକିମ ।