ଗୁଜରାଟରେ ପ୍ରିୟଙ୍କା ଗାନ୍ଧୀଙ୍କ ରଣହୁଙ୍କାର ! ଚଳିତ ନିର୍ବାଚନରେ ଆମର ବିଜୟ ସୁନିଶ୍ଚିତ କହିଲେ କଂଗ୍ରେସ ମହାସଚିବ

145

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ରଣନୀତି ଉପରେ କାମ କରିବା ଆରମ୍ଭ କରିଛନ୍ତି । ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଥର ଗଡ଼ ହାସଲ କରିବ ବୋଲି ସୁନିଶ୍ଚିତ କରିଛି । ମୋଦିଙ୍କୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଉଦ୍ୟମ ଜାରି ରଖିଛି । ମୋଦିଙ୍କ ଗଡରେ ଆଜି କଂଗ୍ରେସର ଗର୍ଜନ ଶୁଭିଛି । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଗୁଜରାଟ ଅହମ୍ମଦାବାଦରେ ବସିଛି କଂଗ୍ରେସ ୱାକିଂ କମିଟିର ବୈଠକ ।

୫୮ ବର୍ଷ ପରେ ଗୁଜାରଟରେ କଂଗ୍ରେସ ଏହି ଶୀର୍ଷ ବୈଠକ ବସିଛି । ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ବୈଠକରେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ମହାସଚିବ ଭାବେ ପ୍ରଥମ ଥର ପାଇଁ ପ୍ରିୟଙ୍କା ବୈଠକରେ ସାମିଲ ହୋଇଛନ୍ତି । ସିଡବ୍ଲୁସି ବୈଠକ ଫେବୃଆରୀ ୨୭ ତାରିଖରେ ହେବାର ଥିଲା । କିନ୍ତୁ ପୁଲୱାମା ଆକ୍ରମଣ ପରେ ଏହାକୁ ଘୁଂଚାଇ ଦିଆ ଯାଇଥିଲା । ସିଡବ୍ଲୁସି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ଏହି ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଚଳିତ ଥର ଆମେ ହିଁ ସରକାର ଗଢ଼ିବୁ । ଅନ୍ୟପଟେ ଏହି ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି ମୋଦି ସରକାର ଜନତାଙ୍କ ସାମ୍ନାରେ ପୀଡ଼ିତ ହେବାପାଇଁ ଚେଷ୍ଟା କରୁଛନ୍ତି । ହେଲେ ଅସଲ ପୀଡ଼ିତ ହେଲେ ଜନତା । ଜନତା ହିଁ ମୋଦି ସରକାଙ୍କୁ ଠିକଣା ସମୟରେ ଠିକଣା ଜବାବ ଦେବେ । ଜାତୀୟ ହିତ ପାଇଁ ରାଜନୀତି କରୁଛନ୍ତି ମୋଦି ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଲୋକଙ୍କୁ ଉପା ସରକାଙ୍କକ ଉପଲବ୍ଧି ଜଣାଇବା ଜରୁରୀ । ମୋଦି ସରକାର ମିଛ ପ୍ରଚାର କରୁଛନ୍ତି । ଖରାପ ନୀତି ଯୋଗୁଁ ଅର୍ଥବ୍ୟବସ୍ଥା ବେହାଲ ହୋଇଛି ।