ପୁଣି ମୋଦିଙ୍କୁ ଟାର୍ଗେଟ କଲେ କଂଗ୍ରେସ ଉପାଧ୍ୟକ୍ଷ ! ନିଯୁକ୍ତି ସୁଯୋଗ ସୃଷ୍ଟି ମୁଦ୍ଦାରେ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ

31

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢ଼େଇ ଜୋର୍ଦାର ହେବାରେ ଲାଗିଛି । ଉଭୟ ଦଳ ନିଜକୁ ଆଗରେ ରଖିବା ପାଇଁ ନୂଆ ନୂଆ ରଣନୀତି ପ୍ରୟୋଗ କରୁଛନ୍ତି। ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଶକ୍ତି ଠୁଳ କରିଚାଲିଥିବା ବେଳେ ୨୨ ବର୍ଷ ଧରି ଶାସନରେ ଥିବା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। କୌଣସି ପରିସ୍ଥିତିରେ ବି କ୍ଷମତାକୁ ହାତଛଡ଼ା ନକରିବା ପାଇଁ ମୋଦି ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।

ତେବେ ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୁଜରାଟରେ ଏକ ରାଲିରେ ଉଦବୋଧନ ଦେଇଛନ୍ତି । ସେ ଏହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ରୋଜଗାର ମୁଦ୍ଦାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାର ଶାସନକୁ ଆସିବା ପରେ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ ବୋଲି ଦୃଢ଼ୋକ୍ତି କରିଥିଲେ କିନ୍ତୁ ଏବେ ସେଭଳି କିଛି ଦେଖିବା ପାଇଁ ମିଳୁନି । ମେକ୍ ଇନ ଇଣ୍ଡିଆ ସତ୍ୱେ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ସେପରି କିଛି ଆଖିଦୃଶିଆ ସଫଳତା ମିଳିନି । କିିଛି ବଡ଼ ବଡ଼ ଉଦ୍ୟୋଗପତିଙ୍କୁ ଆଖିରେ ରଖି ହିଁ ମୋଦି ପସମସ୍ତ ଦକ୍ଷେପ ନେଉଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ କିଛି ବି ସୁଫଳ ପ୍ରଦାନ କରୁନି ।

ରାହୁଲ କହିଛନ୍ତି ଜିଏସଟି ଏକ ଭଲ ପଦକ୍ଷେପ ଥିଲା । କିନ୍ତୁ ଜିଏସଟି ସଠିକ୍ ଭାବରେ ଲାଗୁ ହୋଇପାରିଲା ନାହିଁ । ଜିଏସଟି ଯୋଗୁଁ ଲୋକଙ୍କୁ ଏବେ ପର୍ଯ୍ୟନ୍ତ ଅନେକ ଅସୁବିଧା ଭୋଗିବା ପାଇଁ ପଡ଼ୁଛି । ସେ ଜିଏସଟି ବଷୟରେ କହିଛନ୍ତି ଦେଶରେ ଏକ ପ୍ରକାରର ହିଁ ଟାକ୍ସ ଲାଗିବା ଦରକାର କିନ୍ତୁ ତାହା ୧୮ ପ୍ରତିଶତରୁ ଅଧିକ ହେବା ଠିକ ନୁହେଁ । ଜିଏସଟି କୁ ଧୀରେ ଧୀରେ ଲାଗୁ କରନ୍ତୁ ବୋଲି ଆମେ ଦାବି କରିଥିଲୁ କିନ୍ତୁ ସରକାର ତାଙ୍କ ତାଙ୍କ ଇଚ୍ଛାରେ ହିଁ କାମ କଲେ ବୋଲି ରାହୁଲ କହିଛନ୍ତି ।

ଗୁଜରାଟରେ ସେ ମୋଦି ସରକାରଙ୍କ ଉପରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ରାହୁଲ କହିଛନ୍ତି ମୋଦି ସରକାର ଭ୍ରଷ୍ଟାଚାର ବିରୋଧରେ କିଛି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । କୌଣସି ଭ୍ରଷ୍ଟାଚାରୀଙ୍କୁ ଜେଲ ଦଣ୍ଡ ଦେଇନାହାନ୍ତି । ଆଜି ବି ବିଜୟ ମାଲ୍ୟା ଓ ତାଙ୍କ ପରି ଅନେକ ଲୋକ ବିଦେଶରେ ମଜାରେ ଜୀବନ ବିତାଉଛନ୍ତି ।