କନ୍ଧମାଳ ଗୁମୁଡୁମାହା ଗସ୍ତରେ କଂଗ୍ରେସ ବିଧାୟକ ଦଳ : ନରସିଂହଙ୍କ ନେତୃତ୍ୱରେ ବାହାରିଲା ଟିମ୍

15

ବାଲିଗୁଡ଼ା : ଆଜି ବାଲିଗୁଡ଼ା ଗସ୍ତ କରିଛି କଂଗ୍ରେସ ବିଧାୟକ ଦଳ । ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ ବାଲିଗୁଡା ଗସ୍ତ କରିଛି । ପୋଲିସ୍ ଗୁଳିରେ ୫ ଜଣ ନିରୀହ ଆଦିବାସୀଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାର ସରଜମିନ ଯାଂଚ୍ କରିବ କଂଗ୍ରେସ । ଏହି ଟିମ୍ ପ୍ରଶାସନ ସହ ଆଲୋଚନା କରିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ବିଜେପି ସଂସଦୀୟ ଦଳ ମଧ୍ୟ କନ୍ଧମାଳ ଗୁମୁଡୁମାହା ଗସ୍ତରେ ଯିବ। ଫେକ ଏନକାଉଂଟର ସ୍ଥଳ ପରିଦର୍ଶନ ସହ ପୀଡିତଙ୍କ ପରିବାରର ସଦସ୍ୟଙ୍କୁ ଭେଟି ପୁରା ଘଟଣା ପଚାରି ବୁଝିବେ ପ୍ରତିନିଧୀ ଦଳ । ଆଜି ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ପହଂଚିବା ପରେ ଦଳ ସିଧା କନ୍ଧମାଳ ଯିବ। ସଂସଦୀୟ ଦଳରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ବିନୟ ସହସ୍ର ବୁଦ୍ଧେ, ସାଂସଦ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଓ ଶ୍ରୀରାମ ବିଚାର ନେତାମ । କନ୍ଧମାଳରେ ଏହି ରାଷ୍ଟ୍ରୀୟ ପ୍ରତିନିଧୀ ମଣ୍ଡଳୀସହ ମିଶିବେ, ଗିରିଧର ଗମାଙ୍ଗ, ପ୍ରତାପ ଷଡଙ୍ଗୀ ଆଦି ରାଜ୍ୟ ବିଜେପି ନେତା । କନ୍ଧମାଳରୁ ଫେରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦେବେ ଏହି ପ୍ରତିନିଧି ଦଳ ।