ଏଟିଏମ କାଉଂଟରରେ କଂଗ୍ରେସ ଯୁବରାଜ : ଏଥର ଟଙ୍କା ଉଠାଣ ପାଇଁ ନୁହେଁ ଲାଇନରେ ଥିବା ଲୋକଙ୍କୁ ଦେଲେ ସାନ୍ତ୍ୱନା

30

କନକ ବ୍ୟୁରୋ : ଏଟିଏମରେ ପହଂଚିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଥର ଟଙ୍କା ଉଠାଣ ପାଇଁ ନୁହେଁ ବରଂ ଲାଇନରେ ଥିବା ଲୋକଙ୍କୁ ସାନ୍ତ୍ୱନା ଦେବା ପାଇଁ ପହଂଚିଛନ୍ତି ରାହୁଲ । ଦିଲ୍ଲୀ ଜାହାଙ୍ଗିରପୁରୀ ଅଂଚଳରେ ଥିବା ଏଟିଏମରେ ଲମ୍ବା ଲାଇନରେ ଅପେକ୍ଷା କରିଥିବା ଲୋକଙ୍କୁ ଭେଟିଛନ୍ତି ରାହୁଲ ।

ଜାହାଙ୍ଗିରପୁରୀ ପରେ ଇନ୍ଦ୍ରଲୋକ, ଆନନ୍ଦ ପର୍ବତ, ଆଜାଦ ମାର୍କେଟ ଅଂଚଳରେ ମଧ୍ୟ ଏଟିଏମ ବାହାରେ ଥିବା ଲୋକଙ୍କୁ ସାକ୍ଷାତ କରି ତାଙ୍କ ସମସ୍ୟା ସମ୍ପର୍କରେ ବୁଝିଛନ୍ତି । ବିମୁଦ୍ରାକରଣର ତୀବ୍ର ପ୍ରତିବାଦ କରୁଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ବ୍ୟାଙ୍କ ଓ ଏଟିଏମକୁ ଯାଇଥିଲେ ।

ସାଂସଦ ମାର୍ଗ ନିକଟ ଷ୍ଟେଟ ବ୍ୟାଙ୍କକୁ ଯାଇ ଲାଇନରେ ଠିଆ ହୋଇ ପୁରୁଣା ନୋଟ୍ ବଦଳ କରିଥିଲେ । ଏହାସହ ଏଟିଏମକୁ ଯାଇ ସେଠାରେ ଲାଇନରେ ଠିଆ ହୋଇ ଟଙ୍କା ଉଠାଇଥିଲେ ।