ଦଳିତଙ୍କ ସମର୍ଥନରେ ଆଜି ଦିଲ୍ଲୀ ରାଜଘାଟରେ ରାହୁଲ ଗାନ୍ଧିଙ୍କ ୮ ଘଂଟିଆ ଉପବାସ !ପ୍ରତି ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରେ ବି କର୍ମକର୍ତ୍ତା କରିବେ ଉପବାସ

26

କନକ ବ୍ୟୁରୋ : ଦଳିତଙ୍କ ସମର୍ଥନରେ ଆଜି ଦେଶବ୍ୟାପୀ ଉପବାସ କରିବ କଂଗ୍ରେସ । କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦିଲ୍ଲୀ ରାଜଘାଟରେ ସକାଳ ୧୦ଟାରୁ ଉପବାସରେ ବସିବେ । ସନ୍ଧ୍ୟା ୬ଟା ଯାଏ ଏହି ଉପବାସ ଚାଲିବ । ସେହିଭଳି ପିସିସି ଅଫିସ ଓ ପ୍ରତ୍ୟେକ ଜିଲ୍ଲା ଅଫିସରେ ବି କଂଗ୍ରେସ କର୍ମୀ ଉପବାସରେ ବସିବେ । କଂଗ୍ରେସ ଅଭିଯୋଗ କରିଛି, ଏପ୍ରିଲ ୨ରେ ବିଭିନ୍ନ ଦଳିତ ସଙ୍ଗଠନର ଭାରତ ବନ୍ଦ ବେଳେ ହିଂସାକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ।

ଏହି ହିଂସାରେ ୧୦ ଜଣ ପ୍ରାଣ ହରାଇଥିଲେ । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ , ମହାରାଷ୍ଟ୍ର ଓ ବିହାରରେ ଅଧିକ ହିଂସା ଦେଖାଦେଇଥିଲା । ସୁପ୍ରିମକୋର୍ଟ ଏସସି-ଏସଟି ଆଇନରେ ସଂଶେଧାନ ପାଇଁ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ଦଳିତ ସଙ୍ଗଠନ ତାତିଛନ୍ତି । ଏହା ବିରୋଧରେ ଏପ୍ରିଲ ୨ରେ ଭାରତ ବନ୍ଦ ବି ପାଳନ କରାଯାଇଛି । କେନ୍ଦ୍ର ସରକାର ଏ ନେଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ବି ଦାଖଲ କରିଛନ୍ତି ।