କୋରାପୁଟ ପାଇଁ ସପ୍ତଗିରି ଉଲାକାଙ୍କୁ ମିଳିଲା ଦଳୀୟ ଟିକେଟ । ବଲାଙ୍ଗୀରରେ ନରସିଂହ ମିଶ୍ରଙ୍କ ପୁଅ ଓହ୍ଲାଇବେ ନିର୍ବାଚନୀ ମୈଦାନକୁ । ୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ।

୨ ଲୋକସଭା ଆସନ କୋରାପୁଟ ଓ ବଲାଙ୍ଗୀର ପାଇଁ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ରହିଥିବା କୋରାପୁଟ ଲୋକସଭା ଅସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବଲାଙ୍ଗୀର ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି ।

312

ରାତି ଅଧିଆ ଆସିଲା କଂଗ୍ରେସର ଆଉ ଏକ ପର୍ଯ୍ୟା ପ୍ରାର୍ଥୀ ତାଲିକା । ୨ ଲୋକସଭା ଆସନ କୋରାପୁଟ ଓ ବଲାଙ୍ଗୀର ପାଇଁ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆଣିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ରହିଥିବା କୋରାପୁଟ ଲୋକସଭା ଅସନ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବଲାଙ୍ଗୀର ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । କୋରାପୁଟରେ କଂଗ୍ରେସ ଦଳ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀ କରିଛି ।

ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଆସନ ମଧ୍ୟରୁ ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲା । ନବରଙ୍ଗପୁରରୁ ଦଳ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଳାହାଣ୍ଡିରେ ଦଳ ପୁଣି ଭକ୍ତ ଦାସଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି ବ୍ରହ୍ମପୁରରେ ଦଳ ନୂଆ ମୁହଁ ଭି. ଚନ୍ଦ୍ରଶେଖର ନାଇଡୁଙ୍କୁ ସୁଯୋଗ ଦେଇଛି ।

ବଡ କଥା ହେଉଛି, କୋରାପୁଟ ଆସନ ପାଇଁ ଉଭୟ ବିଜେଡୁ ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ, ବର୍ତ୍ତମାନ ସୁଦ୍ଧା ବିଜେପି ତାର କାର୍ଡ ଖୋଲିନାହିଁ । ଦଳ ଏଠି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ସୁଯୋଗ ଦେବ ବୋଲି କୁହାଯାଉଥିଲେ ମଧ୍ୟ କାହିଁକି ଘୋଷଣାରେ ବିଳମ୍ବ ହେଉଛି, ତାହା ସ୍ପଷ୍ଟ ହୋଇନାହିଁ ।

ସେହିଭଳି ବଲାଙ୍ଗୀର ଲୋକସଭା ଆସନ ପାଇଁ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି । ୨୦୧୯ରେ ବଲାଙ୍ଗୀରରେ ହେବ ହାଇ ପ୍ରୋଫାଇଲ ଲଢେଇ । ବିଜେଡି ନିଜ ସାଂସଦ କଳିକେଶ ସିଂଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସଂଗୀତା ସିଂଦେଓଙ୍କୁ ପ୍ରାର୍ଥୀ କରିଛି । ସମରେନ୍ଦ୍ର ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ପୂର୍ବରୁ ଅନେକ ବାର ବଲାଙ୍ଗୀର ଆସନ ପାଇଁ କଳିକେଶ ଓ ସଂଗୀତାଙ୍କ ମଧ୍ୟରେ ଲଢେଇ ହୋଇଛି । ଏବେ ନଜର ରହିବ ୨୦୧୯ରେ କିଏ ବଲାଙ୍ଗୀର ଆସନକୁ ଦଖଲ କରିବ ।