ବାଲିଗୁଡା ଫେକ୍ ଏନକାଉଂଟରକୁ ନେଇ ସରଗରମ୍ ରାଜନୀତି : ହସ୍ପିଟାଲରେ ଆହତଙ୍କୁ ଭେଟିବ କଂଗ୍ରେସ ପ୍ରତିନିଧି ଦଳ

29

କନ୍ଧମାଳ : ମାଓବାଦୀ ନାଁରେ ସାଧାରଣ ଲୋକଙ୍କୁ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ସହ ମୃତକଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୃତକଙ୍କ ପରିବାରକୁ ସମସ୍ତ ସାମାଜିକ କଲ୍ୟାଣ ଯୋଜନାରେ ସାମିଲ କରାଯିବା ସହ ପରିବାରର ଜଣକୁ ସରକାରୀ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି ଏହି ଘଟଣାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ବାଲିଗୁଡା ହସ୍ପିଟାଲ ଯାଇ ଆହତଙ୍କ ସହ ଆଲୋଚନା କରିବ । ଆଦିବାସୀଙ୍କ ଉପରେ ସରକାରଙ୍କ ଜୁଲୁମ ଚଳିବ ନାହିଁ ବୋଲି କହିଛନ୍ତି କଂଗ୍ରେସର ଆଦିବାସୀ ନେତା ପ୍ରଦୀପ ମାଝୀ ।