ଡିଜିସିଏରୁ କ୍ଲିନଚିଟ୍ ପରେ ବୈଜୟନ୍ତଙ୍କ ମାମଲାରେ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା କହିଲା ଦଳ

35

କନକ ବ୍ୟୁରୋ: ଡିଜିସିଏରୁ କ୍ଲିନଚିଟ୍ ପରେ ବୈଜୟନ୍ତଙ୍କ ମାମଲାରେ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା କଂଗ୍ରେସ କହିଛି । ଅନ୍ୟପଟେ ବିଜେଡିର ସଫେଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଡିଜିସିଏ କ୍ଲିନଚିଟ୍ ମିଳିବା ପରେ କେବେ ଖୋଲିବ ଇମ୍ଫା ହ୍ୟାଙ୍ଗର ଓ କେବେ ମୁକ୍ତ ହେବ ୩ଟି ହେଲିକପ୍ଟର, ତା ଉପରେ ଏବେ ନଜର ରହିଛି ।

ବୈଜୟନ୍ତ ଉଡାଣରେ କିଛି ଆଇନ ଉଲଂଘନ କରିନାହାଁନ୍ତି କିମ୍ବା ଚିଲିକା ଉପରେ ଓହ୍ଲାଇ ନାହାଁନ୍ତିି ବୋଲି ଡିଜିସିଏ ରିପୋର୍ଟ ଦେଇଛି । ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ । ବୈଜୟନ୍ତଙ୍କ ବିରୋଧରେ ଚିଲିକା ଉପରେ ଅତି କମ୍ ଉଚ୍ଚତାରେ ହେଲିକଫ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ତଦନ୍ତ କରିବାକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ଡିଜିସିଏକୁ ଅନୁରୋଧ କରିଥିଲେ ।

ଗତ ସେପ୍ଟେମ୍ବର ୧୫ ତାରିଖରେ ଇମ୍ଫା ହେଲିକଫ୍ଟର-ଆର୍-୪୪ ଉଡାଣର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଥିଲା । ଚିଲିକା ଉପରେ ଅତି ବିପଦଜନକ ଭାବେ ବୈଜୟନ୍ତ ପଣ୍ଡା ହେଲିକଫ୍ଟର ଉଡାଇଥିବା ନେଇ ଓଡ଼ିଶା ପୋଲିସ ମଧ୍ୟ ଅଭିଯୋଗ କରିଥିଲା । ଏବେ ଡିଜିସିଏର ଚିଠି ପାଇବା ପରେ ଭୁବନେଶ୍ୱର ବିମାନ ବନ୍ଦର କର୍ତୁପକ୍ଷ ଏହାକୁ ପୁରୀ ଜିଲ୍ଳା ଏସପିଙ୍କ ନିକଟକୁ ପଠାଇ ଦେଇଛନ୍ତି ।