କୋରାପୁଟ : କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବାବୁଲା ମଙ୍ଗରିଆଙ୍କୁ ଅପହରଣ

22

କନକ ବ୍ୟୁରୋ : ଆଗାମୀ ପଚାଂୟତ ନିର୍ବାଚନକୁ ନେଇ ରାଜ୍ୟରେ ଚଳଚଂଚଳ ଲାଗିରହିଥିବା ବେଳେ କୋରାପୁଟ ଜିଲ୍ଳାରେ ପ୍ରାର୍ଥୀ ଅପହରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହର ନିକଟ ଉମୁରି ପଚାଂୟତରେ ।

କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ବାବୁଲା ମଙ୍ଗରିଆଙ୍କୁ ଗତ କାଲିଠାରୁ ଅପହରଣ କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି ।

ଆଜି ତାଙ୍କର ସରଂପଚ ପ୍ରାର୍ଥୀ ପାଇଁ କଂଗ୍ରେସ ପାର୍ଟି ତରଫରୁ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା । ବାବୁଲା ମଙ୍ଗରିଆ ଗାଁ ଲୋକଙ୍କ ସହ ସଭା କରୁଥିଲା ବେଳେ କିଛି ବିଜେଡ଼ି କର୍ମୀ ତାଙ୍କୁ ସେହି ସଭାରୁ ଡ଼ାକି ନେଇଥିଲେ, ତା ପରେ ତାଙ୍କର ଆଉ କିଛି ପତା ମିଳୁନାହିଁ ।

ଶେଷରେ ଜୟପୁର ସଦର ଥାନାରେ ବିଜେଡିର କିଛି କର୍ମୀଙ୍କ ବିରୋଧରେ ପରିବାର ଲୋକ ଏତଲା ଦେଇଛନ୍ତି । ଏଭଳି ଘଟଣାକୁ ଜୟପୁର ବିଧାୟକ ନିନ୍ଦା କରିବା ସହ ଏହାର ତଦନ୍ତ କରିବା ସହ ଦୋଷୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :