ଧାନ ପାଇଁ ଧାରଣା: ଅଭାବୀ ବିକ୍ରୀ ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଜିଲ୍ଲାପାଳଙ୍କ ଅଫିସ ଆଗରେ ବସ୍ତା ରଖି ରାତିସାରା ଆନ୍ଦୋଳନ

94

କନକ ବ୍ୟୁରୋ: ଧାନର ଅଭାବି  ବିକ୍ରୀ ଅଭିଯୋଗ ନେଇ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ ଦଳ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାତି ଅଧିଆ ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛି ଜିଲ୍ଲା କଂଗ୍ରେସ । ମଣ୍ଡିରେ ମାସ ମାସ ଧରି ଚାଷୀଙ୍କ ଧାନ ପଡି ରହୁଛି ।

ମଣ୍ଡିରେ ଧାନ ବିକ୍ରି ହେଉନଥିବାରୁ ଚାଷୀ ବାହାରେ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗତ ରାତିରୁ ଏପରି ଅଭନବ ପ୍ରତିବାଦ ଜାରି ରଖିଛି ମାଲକାନଗିରି କଂଗ୍ରେସ ।

ସେପଟେ, ଦେବଗଡରେ ମଧ୍ୟରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ ପୂର୍ବରୁ ଧାନମଣ୍ଡି ବନ୍ଦ କରିବା ପ୍ରତିବାଦରେ ଶତାଧିକ ଚାଷୀ ୪୯ ନଂବର ଜାତୀୟ ରାଜପଥକୁ ୧୨ଘଂଟିଆ ଅବରୋଧ କରିଛନ୍ତି । ବଲମ ଦେଇ ଯାଇଥିବା ୪୯ ନଂବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବାରକୋଟ ବ୍ଲକ କଂଟାପାଲି ଅଂଚଳର ବହୁ ଚାଷୀ । ଫଳରେ ରାସ୍ତାର ଦୁଇପଟେ ବହୁତ ଗାଡି ଅଟକି ରହିଛି ।