ପ୍ରତି ମାସ ଶେଷ ରବିବାର ବିଭିନ୍ନ ଛକରେ ଉଡିବ ତ୍ରିରଙ୍ଗା ! ଜନଗହଳିପୂର୍ଣ୍ଣ ସ୍ଥାନରେ କଂଗ୍ରେସ ସେବାଦଳ ଉତ୍ତୋଳନ କରିବ ଜାତୀୟ ପତାକା ।
ପ୍ରତ୍ୟେକ ମାସ ଶେଷ ରବିବାର କଂଗ୍ରେସ ସେବାଦଳ ପକ୍ଷରୁ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜାତୀୟ ପତାକା ଉତୋଳନ କରିବାକୁ ନିଖିଳ ଭାରତ କଂଗ୍ରେସ ସେବାଦଳ ନିଷ୍ପତ୍ତି ଗ୍ରହଣ କରିଛି । ତଦନୁଯାୟୀ ରବିବାର ପ୍ରଦେଶ କଂଗ୍ରେସ ସେବାଦଳ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସେବାଦଳର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସି.ଆର.ପି. ନିକଟ ଓ୍ଵାର୍ଡ ନଂ ୧୫ ଭି.ଆଇ.ପି. ଛକରେ ଜାତୀୟ ପତାକା ଉତ୍ତୋଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ରବିବାର ପୂର୍ବାହ୍ନ ସାଢ଼େ ୯ଟା ସମୟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ସେବାଦଳ କର୍ମୀମାନେ ସଂଗଠିତ ହୋଇ କାର୍ୟ୍ୟକରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ସେବାଦଳ ପକ୍ଷରୁ ଜିଲ୍ଲା ସେବାଦଳ ମୁଖ୍ୟ ସଂଗଠକ ମଣ୍ଟୁ ମଲ୍ଲିକ ଓ ଭୁବନେଶ୍ୱର ସେବାଦଳ ମୁଖ୍ୟ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ।