ଛତିଶଗଡରେ ଖସିଲା ପଦ୍ମ, ଉଠିଲା ହାତ ! ୨୦୧୯ ଆଗରୁ ବିଜେପି ଛାତିରେ ଛନକା ଭରିଲା କଂଗ୍ରେସ୍

633

କନକ ବ୍ୟୁରୋ : ୧୫ ବର୍ଷ ପରେ ଛତିଶଗଡରେ ପୁଣି ଥରେ ଚମକିଲା କଂଗ୍ରେସ । ବିଜେପିର ଗଡ କୁହାଯାଉଥିବା ଛତିଶଗଡରେ ରମଣ ସରକାରଙ୍କୁ ଲାଗିଛି ଜୋରଦାର ଝଟକା । ବିଜେପିକୁ ପଛରେ ପକାଇ କରିସ୍ମା ଦେଖାଇଛି କଂଗ୍ରେସ । ନିର୍ବାଚନ ଫଳାଫଳର ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ଛତିଶଗଡରେ କଂଗ୍ରେସ ସରକାର ଗଢିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ଦୀର୍ଘ ୧୫ ବର୍ଷ ଧରି ଏଠାରେ ବିଜେପି ରାଜୁତି କରି ଆସୁଥିଲା । ଏପରିକି ଚଳିତଥର ମଧ୍ୟ ବିଜେପି ନିର୍ବାଚନ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ ମୁଖ୍ୟମନ୍ତ୍ରୀ ରମଣ ସିଂହ । କିନ୍ତୁ ନିର୍ବାଚନ ଫଳାଫଳ କିଛି ଅଲଗା ଦିଗ ଦେଖାଇଲା ।

ଗତ କିଛି ଦିନ ଧରି ନିର୍ବାଚନ ଫଳାଫଳକୁ ନେଇ ଛତିଶଗଡରେ ରାଜନୀତି ସରଗରମ ହୋଇଥିଲା । ବିଜେପି ପୁଣି ଥରେ ଏଠାରେ ସରକାର ଗଢିବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ଏଗଜିଟ୍ ପୋଲ୍ ରିପୋର୍ଟରୁ ଜଣାପଡିଥିଲା ଯେ, ଛତିଶଗଡରେ କଡା ଟକ୍କର ହେବାକୁ ଯାଉଛି । କିନ୍ତୁ ଏଠାରେ କଂଗ୍ରେସର ସହଜ ବିଜୟ କୁ ନେଇ ସମ୍ଭାବନା ବୃଦ୍ଧି ପାଇଛି  । ବିଜେପିକୁ ବହୁ ପଛରେ ପକାଇ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଗଡ ଅକ୍ତିଆର କରିବାକୁ ଯାଉଛି କଂଗ୍ରେସ । ଏବଂ ସରକାର ବିରୋଧୀ ହାୱା କଂଗ୍ରେସକୁ ଫାଇଦା ଦେଇଥିବା ଚର୍ଚ୍ଚା ହେଉଛି । ରିପୋର୍ଟ ଲେଖାଯିବା ସମୟ ପର‌୍ୟ୍ୟନ୍ତ ଛତିଶଗଡରେ ବିଜେପିକୁ ୧୮ଟି ଆସନ ମିଳିଥିବା ବେଳେ କଂଗ୍ରେସ ୬୫ଟି ଆସନ ଅକ୍ତିଆର କରିଛି । ସେହିପରି ଅନ୍ୟାନ୍ୟ ଦଳ ୭ଟି ଆସନ ଅକ୍ତିଆର କରିଛନ୍ତି ।

Source:Samaja Live English

ଛତିଶଗଡରେ ଖସିଲା ପଦ୍ମ, ଉଠିଲା ହାତ । ବହୁ ଚର୍ଚ୍ଚା ଭିତରେ ଛତିଶଗଡ ଅକ୍ତିଆର କରିଛି କଂଗ୍ରେସ । ଦୀର୍ଘ ୧୫ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେପିକୁ ଆଉଟ୍ କରି କଂଗ୍ରେସ ଶାସନ ଭାର ସମ୍ଭାଳିବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ଯାହାକୁ ନେଇ କଂଗ୍ରେସ ଶିବିରରେ ଖେଳିଯାଇଛି ଖୁସିର ମାହୋଲ । ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି କଂଗ୍ରେସ କର୍ମୀ । ଛତିଶଗଡରେ କଡା ଟକ୍କର ହେବା ନେଇ ଏଗଜିଟ୍ ପୋଲ୍ ରିପୋର୍ଟରୁ ଆକଳନ କରାଯାଉଥିବା ବେଳେ କରିସ୍ମା ଦେଖାଇଛି କଂଗ୍ରେସ ।