କଂଗ୍ରେସରେ ସରିଆସୁଛି କି ଶ୍ରୀକାନ୍ତଙ୍କ ସମୟ ? ଦଳ ବିରୋଧୀ କାର୍ଯ୍ୟ ପାଇଁ ଓଡ଼ିଶାରୁ ଦିଲ୍ଲୀ ସମସ୍ତେ ଖପ୍ପା । 

ଶ୍ରୀକାନ୍ତଙ୍କ ଭବିଷ୍ୟତ କେଉଁ ମୋଡ଼ ନେବ ତାହାକୁ ନେଇ କଂଗ୍ରେସ ଶିବିରଠୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ହଟ ଟପିକ୍ ପାଲଟିଛି ।

210

କନକ ବ୍ୟୁରୋ: କଂଗ୍ରେସକୁ ଅଡ଼ୁଆ ଶ୍ରୀକାନ୍ତ ଜେନା । ତେଣୁ କଂଗ୍ରେସରେ ଧୀରେ ଧୀରେ ଅଲୋଡ଼ା ହୋଇ ପଡୁଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା  । ବାରମ୍ବାର ଦଳରେ ରହି ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତାଗଣ । ତେବେ ଏହା ପରେ ଶ୍ରୀକାନ୍ତଙ୍କ ଭବିଷ୍ୟତ କେଉଁ ମୋଡ଼ ନେବ ତାହାକୁ ନେଇ କଂଗ୍ରେସ ଶିବିରଠୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ହଟ ଟପିକ୍ ପାଲଟିଛି । ଦଳ ଭିତରେ ବିଶୃଙ୍ଖଳିତ କାର୍ଯ୍ୟାକଳାପ କରୁଥିବା ଅଭିଯୋଗର ଫର୍ଦ୍ଦ ଶ୍ରାକାନ୍ତଙ୍କ ଧିରେ ଧରେ ବଢ଼ିବାରେ ଲାଗିଛି । ତେଣୁ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କ ସମର୍ଥକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି ।

ଶ୍ରୀକାନ୍ତଙ୍କ ବିରୋଧରେ ଚରମ ପଦକ୍ଷେପ ନେବାକୁ ଦଳ ଭିତରେ ତୀବ୍ର  ସ୍ୱର ଉଠିବାରେ ଲାଗିଛି । ଯାହାର ଝଲକ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ତାଙ୍କୁ ହଟାଯିବା ପରେ ଜଣାପଡ଼ିଥିଲା । ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଇବାକୁ ଶ୍ରୀକାନ୍ତ ବାରମ୍ବାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦ ସୃଷ୍ଟି କରିଥିଲେ ।  ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ବିରୋଧୀ ଦଳ ନେତାଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କୃଷ୍ଣ ସଗରିଆ । ଏହାପରେ ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡିଛନ୍ତି ଶ୍ରୀକାନ୍ତ । ତାଙ୍କ ବିରୋଧରେ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।

ଏହାରି ମଧ୍ୟରେ ଯଦି ତମାମ ଘଟଣାକୁ ଅନୁଧ୍ୟାନ କରାଯାଏ । ତେବେ ଗଣେଶ୍ୱର ବେହେରାଙ୍କ ପରି ଜଣେ ଦଳିତ ନେତାଙ୍କୁ ଇସ୍ତାହାର ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇ ପିସିସିର ଅନେକ ନେତା ସ୍ୱାଗତ କରିଛନ୍ତି । କିନ୍ତୁ ଏହା ହୁଏତ ଶ୍ରୀକାନ୍ତଙ୍କ ମନରେ କ୍ଷତ ଦେଇଥିବା ରାଜନୀତି ଅନ୍ଦର ମହଲରେ ଚର୍ଚ୍ଚା ହେଉଛି । ଏବେ ଶ୍ରୀକାନ୍ତ ଦଳ ପାଇଁ ଅଲୋଡ଼ା ଧୀରେ ଧୀରେ କୋଣଠେସା ହୋଇପଡ଼ିଲେଣି ବୋଲି ଶ୍ରକାନ୍ତଙ୍କ ସମର୍ଥକମାନେ ଗସିପ୍ କରୁଛନ୍ତି । ତେବେ ବର୍ତ୍ତମାନ ଶ୍ରୀକାନ୍ତଙ୍କ ଭିବଷ୍ୟତ ନେଇ ଉଠିଛି ଅନେକ ପ୍ରଶ୍ନ ।