କଟକରେ କଂଗ୍ରେସ ବିକିଲା ମୋଦିଙ୍କ ନାଁରେ ପକୁଡ଼ି, ମୋଦି ଦେଲେ ୪ ବର୍ଷ ସରକାରର ହିସାବ ନିକାସ

47

କନକ ବ୍ୟୁରୋ : ଗୋଟିଏ ପଟେ ୪ ବର୍ଷର ସଫଳତାର ହିସାବ କହିବାକୁ ଆସୁଥିଲେ ମୋଦି, ଅନ୍ୟପଟେ କେନ୍ଦ୍ର ସରକାରଙ୍କ ବିଳଫତା କହିବାକୁ କଂଗ୍ରେସ ଆଣିଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କପିଲ ସିବଲଙ୍କୁ । ମୋଦି କଟକରେ ସଫଳତା କାହାଣୀ କହୁଥିବା ବେଳେ ସିବଲ ଭୁବନେଶ୍ୱରରେ ବସି ମୋଦିଙ୍କ ୪ ବର୍ଷର ରିପୋର୍ଟ କାର୍ଡ଼ ଦେଇଥିଲେ ।

ମୋଦିଙ୍କୁ କାଉଣ୍ଟର କରିବା ପାଇଁ ଆଜି ଭୁବନେଶ୍ୱରରେ ପହଁଚିଥିଲେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ । ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଓଡ଼ିଶାକୁ ଉପେକ୍ଷା କରାଯାଇଛି ବୋଲି କହିଥିଲେ ସିବଲ । ୪ ବର୍ଷରେ ନା ଅଚ୍ଚେ ଦିନ ନା ସଚ୍ଚେ ଦିନ । ମୋଦି ହମ ଆଗେ ବଢେଙ୍ଗେ ତେର ବିନ । ୪ ବର୍ଷରେ ମୋଦି ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଅନ୍ୟପଟେ ସିବଲଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ ବର୍ଷର ସଫଳତା ବନାମ କଂଗ୍ରେସର ବିଶ୍ୱାସଘାତ ଦିବସ । ପେଟ୍ରୋଲ, ଡିଜେଲ ଦରକୁ ନେଇ ବିଜେପି ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିବା କଂଗ୍ରେସ ଆଜି ପାଳିଛି ବିଶ୍ୱାସଘାତ ଦିବସ । କଟକରେ ମୋଦି ୪ବର୍ଷ ଶାସନର ହିସାବ ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଏକ ୩୫ ଫୁଟର କୁଶପୁତଳିକା ଦାହ କରାଯାଇଛି । ସେପଟେ କଟକରେ ଦେଖିବାକୁ ମିଳିଥିଲା ପ୍ରତିବାଦର ଆଉ ଏକ ନିଆରା ଦୃଶ୍ୟ । ମୋଦିଙ୍କ ନାଁରେ ଖୋଲିଥିଲା ପକୋଡା ଷ୍ଟଲ । ବେକାରୀ ଯୁବକ ପକୋଡା ବିକିବା ପାଇଁ ମୋଦିଙ୍କ ମନ୍ତବ୍ୟକୁ ନେଇ ଏହା ଥିଲା ନଗର କଂଗ୍ରେସର ଅଭିନବ ପ୍ରତିବାଦ ।