ପ୍ରଦେଶ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଜାରି ! କଂଗ୍ରେସ ଭବନରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଭିଡ

182

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କଂଗ୍ରେସ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ଗତକାଲି ଠାରୁ ବସିଛି ସ୍କ୍ରିନିଂ କମିଟି ବୈଠକ । କଂଗ୍ରେସରେ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସ୍କ୍ରିନିଂ କମିଟି ବୈଠକ ତିନି ଦିନ ଧରି ଚାଲିବ । ଗତକାଲି କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀଙ୍କ ସ୍କ୍ରିନିଂ କରାଯାଇଥିଲା । ଆଜି ଆଉ କିଛି ଉପକୂଳ ଜିଲ୍ଲାର ଆଶାୟୀ ପ୍ରାର୍ଥୀଙ୍କ ସ୍କ୍ରିନିଂ କରାଯିବ ବୋଲି ଜଣାପଡିଛି ।

ଆଶାୟୀ ପ୍ରାର୍ଥୀମାନଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରୁଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ । ଏପଟେ ଚୁଡାନ୍ତ ତାଲିକା ପ୍ରକାଶ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ଡେଡ୍ଲାଇନ୍ ସ୍ଥିର କରିସାରିଥିବାରୁ ଏବେ ଜୋରଦାର ହୋଇଛି କଂଗ୍ରେସର ଟିକେଟ୍ କସରତ । ଚଳିତ ମାସ ଶେଷ ସୁଦ୍ଧା ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଥିଲେ ରାହୁଲ । ଏବେ ସ୍କ୍ରିନିଂ କମିଟିର ଓଡିଶା ଗସ୍ତ କଂଗ୍ରେସ କ୍ୟାମ୍ପରେ ହଲଚଲ ସୃଷ୍ଟି କରିଛି ।