ପ୍ରଦେଶ କଂଗ୍ରେସରେ ସ୍କ୍ରିନିଂ କମିଟି ବୈଠକ ଆରମ୍ଭ: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ପ୍ରାର୍ଥି ତାଲିକା, ସାଂଗଠାନିକ ନେତାଙ୍କ ସହ ଆଲୋଚନା

ଫେବୁଆରୀ ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ

134

କନକ ବ୍ୟୁରୋ: ପ୍ରଦେଶ କଂଗ୍ରେସରେ ସ୍କ୍ରିନିଂ କମିଟି ବୈଠକ ଆରମ୍ଭ ହୋଇଛି । ବୈଠକରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ପ୍ରାର୍ଥି ତାଲିକା । ଏହା ସହ ସାଂଗଠାନିକ ନେତାଙ୍କ ସହ ଆଲୋଚନା କରୁଛନ୍ତି ସ୍କ୍ରନିଂ କମିଟି ସଦସ୍ୟ । ଫେବୁଆରୀ ଶେଷ ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ ଗାନ୍ଧୀ ।

 

ବୈଠକରେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ପ୍ରଦେଶ କଂଗ୍ରେସ କମିଟି ଚୂଡାନ୍ତ କରିଥିବା ପ୍ରାର୍ଥୀ ତାଲିକାର ରୂପରେଖ ଉପରେ ସ୍କ୍ରିନିଂ କରିବେ । ଦଳର ନୀତି ଆଧାରରେ ଚୟନ ହେବ । ଯୁବକ ଏବଂ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବ । ଓଡିଶାରୁ ଫରିବା ପରେ କଂଗ୍ରେସର କେନ୍ଦ୍ର ନିର୍ବାଚନ କମିଟିକୁ ରିପୋର୍ଟ ଦେବେ ସ୍କ୍ରିନିଂ କମିଟି । କେନ୍ଦ୍ର ନିର୍ବାଚନ କମିଟି ମୋହର ମାରିବା ପରେ ଫେବ୍ରୁଆରୀ ମାସ ଶେଷସୁଦ୍ଧା ପ୍ରକାଶ ପାଇବ କଂଗ୍ରେସର ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ।