ବାପା ମୁଖ୍ୟମନ୍ତ୍ରୀ ରହିବେ ବୋଲି ପୁଅ କରୁଥିଲା ଡ଼ିଲ!କଂଗ୍ରେସ ଜାରି କଲା ଅଡ଼ିଓ ଟେପ, ପଢ଼ନ୍ତୁ ଅଡ଼ିଓ ଟେପର ପୂରା ବାର୍ତ୍ତାଳାପ

52

କର୍ଣ୍ଣାଟକ ବାଜି ଜିତିବାକୁ ଏବେ ଜେଡ଼ିଏସ-କଂଗ୍ରେସ ମେଣ୍ଟ ଓ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଆଜି ୪ଟାରେ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବାକୁ ବିଜେପିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କର୍ଣ୍ଣାଟକ ରାଜନୀତି । କିନ୍ତୁ ଏହି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିଜେପି ଏବେ ଘୋଡ଼ାବେପାର କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଏପରିକି ବିଜେପିର ଅନେକ ନେତା ଡ଼ରାଇ, ଧମକାଇ ଓ ପ୍ରଲୋଭିତ କରି ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏପରିକି ବିଜେପି ନେତା କଂଗ୍ରେସ ବିଧାୟକଙ୍କୁ ଟଙ୍କା ନେଇ ସମର୍ଥନ କରିବାକୁ କହୁଥିବାର ଦୁଇଟି ଅଡ଼ିଓ ଟେପ ଜାରି କରିଛି କଂଗ୍ରେସ ।

karnataka-assembly-floor-testଖାସକରି ନିଜ ବାପାଙ୍କ ଗାଦି ବଞ୍ଚାଇବାକୁ ଏବେ ଘୋଡ଼ାବେପାର କରିବାକୁ ଆଗେଇ ଆସିଛନ୍ତି ପୁଅ ବିଜେୟେନ୍ଦ୍ର ୟେଦ୍ୟୁରପ୍ପା । ଶନିବାର କଂଗ୍ରେସ ଦୁଇଟି ଅଡ଼ିଓ ଟେପ ଜାରି କରି ଅଭିଯୋଗ କରିଛି ଯେ, ଉଭୟ ବାପା ଓ ପୁଅ କଂଗ୍ରେସ ବିଧାୟକଙ୍କୁ ନିଜ ପକ୍ଷରେ ଭୋଟ ଦେବା ପାଇଁ ପ୍ରଲୋଭିତ କରୁଛନ୍ତି । ଗୋଟିଏ ପଟେ ବାପା ବି.ଏସ ୟେଦ୍ୟୁରପ୍ପା କଂଗ୍ରେସ ବିଧାୟକ ବିସି ପାଟିଲଙ୍କ ସହ ଡ଼ିଲ କରୁଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଅନ୍ୟପଟେ ବାପାଙ୍କ ମୁଖ୍ୟମନ୍ତ୍ରୀ ମଦ ବଞ୍ଚାଇବା ପାଇଁ ପୁଅ ବିଜୟେନ୍ଦ୍ର ୟେଦ୍ୟୁରପ୍ପା ମଧ୍ୟ କଂଗ୍ରେସ ବିଧାୟକଙ୍କ ଶ୍ରୀରାମ ହେବ୍ୱରଙ୍କ ପତ୍ନୀଙ୍କ ସହ ଡ଼ିଲ କରୁଥିବାର ଅଡ଼ିଓ ଟେପ ଜାରି କରିଛି କଂଗ୍ରେସ ।

ୟେଦ୍ୟୁରପ୍ପା ଓ ବିସି ପାଟିଲଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ:

ୟେଦ୍ୟୁରପ୍ପା : ହାଲୋ
ପାଟିଲ : ଆନ୍ନା, ନମସ୍କାର, ଆପଣଙ୍କୁ ଶୁଭେଚ୍ଛା
ୟେଦ୍ୟୁରପ୍ପା : କେଉଁଠି ଅଛ
ପାଟିଲ : ବସରେ କୋଚି ଯାଉଛୁ
ୟେଦ୍ୟୁରପ୍ପା: କୋଚି ବିଲକୁଲ ଯାଅ ନାହିଁ, ଫେରିଆସ । ଆମେ ତୁମକୁ ମନ୍ତ୍ରୀ କରିବୁ , ତୁମର ଯାହା ଦରକାର ଆମେ ଦେବୁ
ପାଟିଲ : ଠିକ୍ ଅଛି ଆନ୍ନା । ଆପଣ ମୋ ସାଙ୍ଗରେ କଥା ହେଲେ, ଏବେ କୁହନ୍ତୁ ଆଗକୁ କଣ କରିବାକୁ ପଡ଼ିବ
ୟେଦ୍ୟୁରପ୍ପା : ଯେତେବେଳେ ସମୟ ଆସିବ କହିଦେବି । ମୁଁ କିଛି କରୁଛି । ଏବେ କୋଚି ଯାଅ ନାହିଁ, ଫେରିଆସ
ପାଟିଲ: କିନ୍ତୁ ଆମେ ତ ଏବେ ବସରେ ଅଛୁ
ୟେଦ୍ୟୁରପ୍ପା : ବିଲକୁଲ ଯାଅ ନାହିଁ, କିଛି ବାହାନା କରି ଫେରିଆସ
ପାଟିଲ : ମୋତେ କଣ ମିଳିବ
ୟେଦ୍ୟୁରପ୍ପା : ତୁମକୁ ମନ୍ତ୍ରୀ କରାଯିବ
ପାଟିଲ : ଆନ୍ନା, ମୋ ସହିତ ଅନ୍ୟ ୩ ଜଣ ମଧ୍ୟ ଅଛନ୍ତି
ୟେଦ୍ୟୁରପ୍ପା : ତାଙ୍କୁ ମଧ୍ୟ ସାଙ୍ଗରେ ନେଇଆସ, ତୁମର କଣ ମୋ ଉପରେ ଭରସା ନାହିଁ
ପାଟିଲ : ହଁ ଅଛି
ୟେଦ୍ୟୁରପ୍ପା : ତାହାଲେ ଫେରିଆସ, ବସରୁ ଓହ୍ଲାଇ ପଳାଇ ଆସ
ପାଟିଲ : ଠିକ୍ ଅଛି ଆନ୍ନା
ୟେଦ୍ୟୁରପ୍ପା : ଥରେ ତୁମେ କୋଚି ପଳାଇଗଲେ ଆଉ କିଛି ହୋଇ ପାରିବ ନାହିଁ । କାରଣ ସେଠାରେ ତୁମ ସାଙ୍ଗରେ ଆଉ କଥା ହୋଇ ପାରିବି ନାହିଁ
ପାଟିଲ : ଠିକ ଅଛି ଆନ୍ନା
ୟେଦ୍ୟୁରପ୍ପା : ଏବେ କୁହ କଣ କରିବ ତୁମେ
ପାଟିଲ : ମୁଁ ଆପଣଙ୍କୁ ୫ ମିନିଟ ପରେ କଲ କରିବି ଓ କହିବି

ସେହିଭଳି ବାପାଙ୍କ ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇବାକୁ ପୁଅ ବିଜେୟନ୍ଦ୍ର କଂଗ୍ରେସ ବିଧାୟକଙ୍କ ପତ୍ନୀଙ୍କ ସହ ଡିଲ କରିବା ସମୟର ବାର୍ତ୍ତାଳାପ :
ବିଜୟେନ୍ଦ୍ର : କିପରି ଅଛନ୍ତି ଆପଣ
ଶ୍ରୀରାମଙ୍କର ପତ୍ନୀ : ମୁଁ ଠିକ୍ ଅଛି
ବିଜୟେନ୍ଦ୍ର : କଣ ହେଉଛି ।ଏତେ ସବୁ ଘଟଣା ହୋଇଗଲା ଓ ଭଗବାନ ଏବେ ମଧ୍ୟ ଆମର ପରୀକ୍ଷା ନେଉଛନ୍ତି । ସବୁ ଠିକ୍ ହୋଇଯିବ, ଚିନ୍ତା କରନାହିଁ ।
ଶ୍ରୀରାମଙ୍କର ପତ୍ନୀ : ସେ ୧୫ (କୋଡ଼ୱାର୍ଡ଼) କଥା କହୁଛନ୍ତି,ନଚେତ କ୍ୟାବିନେଟ ସହିତ ପାଞ୍ଚ ଏବଂ ପ୍ରଥମେ ମୋ ପୁଅ ବିରୋଧରେ ହୋଇଥିବା କେସ
ବିଜୟେନ୍ଦ୍ର : ଚିନ୍ତା କର ନାହିଁ, ତୁମ ସ୍ୱାମୀଙ୍କୁ ମନ୍ତ୍ରୀ କରାଯିବ
ଶ୍ରୀରାମଙ୍କର ପତ୍ନୀ : ମୁଁ ଏଥିରୁ ମୁକୁଳିବାକୁ ଚାହୁଁଛି
ବିଜେୟେନ୍ଦ୍ର : ମୋ ବିରୋଧରେ ମଧ୍ୟ ୩୦ଟି କେସ ରହିଛି । ମୁଁ ଏହାର କଷ୍ଟ ଜାଣିଛି, କିନ୍ତୁ ପୁଅ ବିରୋଧରେ କେଉଁ କେସ ରହିଛି
ଶ୍ରୀରାମଙ୍କର ପତ୍ନୀ : ଖଣି ମାମଲାରେ କେସ ରହିଛି, ଆପଣଙ୍କୁ ତ ଜଣା ଅଛି
ବିଜେୟେନ୍ଦ୍ର : କିଛି ଅସୁବିଧା ହେବ ନାହିଁ । ସରକାର ଆମର ହିଁ ହେବ । ୟେଦ୍ୟୁରପ୍ପା ସରକାର ଗଙ୍ଘ଼ିବେ । କାହାର ଭବିଷ୍ୟ ବରବାଦ ହେବ ନାହିଁ । ଆମର ଭଲ ସମୟ ଆସୁଛି
ଶ୍ରୀରାମଙ୍କର ପତ୍ନୀ : ଏକଥା ତାଙ୍କୁ କହିଦେବି
ବିଜେୟେନ୍ଦ୍ର : ଚିନ୍ତା କରନାହିଁ
ଶ୍ରୀରାମଙ୍କର ପତ୍ନୀ : ମୁଁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛି ପାରିବି
ବିଜୟେନ୍ଦ୍ର : ହଁ, ୧୦୦ ପ୍ରତିଶତ ବାଛି ପାରିବ । ଚିନ୍ତା କର ନାହିଁ

ବି.ଦ୍ର : ଉପରୋକ୍ତ ଅଡ଼ିଓ ଟେପର ବାର୍ତ୍ତାଳାପ କଂଗ୍ରେସ ପକ୍ଷରୁ ଜାରି କରାଯାଇଛି । ଏହାର ସତ୍ୟତା ରହିଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।