ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତିକୁ ସମ୍ମାନ ଜଣାଇଲା କଂଗ୍ରେସ । କହିଲା ସମସ୍ତ ପକ୍ଷ ଶାନ୍ତି ଓ ଏକତା ବଜାୟ ରଖନ୍ତୁ ।

185

କନକ ବ୍ୟୁରୋ : ଭାରତୀୟ ନ୍ୟାୟପାଳିକା ଇତିହାସରେ ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ମାମଲା ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ କଂଗ୍ରେସ ସମ୍ମାନ ଜଣାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପକ୍ଷ ଶାନ୍ତି ଓ ଏକତା ବଜାୟ ରଖନ୍ତୁ ।

ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ବିବାଦର ଅବସାନ କରି ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଭାରତର ନ୍ୟାୟିକ ଇତିହାସରେ ସବୁଠୁ ଦୀର୍ଘ ସମୟ ଧରି ଚାଲିଥିବା ମାମଲାର ସମାଧାନ ପାଇଁ ନିର୍ଣ୍ଣାୟକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଧ୍ୟାତ୍ମିକ ସ୍ଥଳ ଅଯୋଧ୍ୟାର ରାମ ଜନ୍ମଭୂମିରେ ନିର୍ମାଣ ହେବ ରାମମନ୍ଦିର । ରାମ ଜନ୍ମଭୂମୀ ନ୍ୟାସକୁ ବିବାଦୀୟ ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।