ନ୍ୟାୟମୂର୍ତିଙ୍କ ବିରୋଧରେ ନାରାବାଜି : କଂଗ୍ରେସ ଓ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପଲୀରୁ ରାଜଧାନୀ । ଜଷ୍ଟିସ ଦାସଙ୍କ ଇସ୍ତଫା ଦାବିରେ ବିଜେପି ଓ କଂଗ୍ରେସର ରଣହୁଙ୍କାର । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁୁମାରେ ଦେଖିବାକୁ ମିଳିଛି ଜୋରଦାର ବିକ୍ଷୋଭ । ଏସପି, ଜିଲ୍ଲାପାଳ ଓ ଏଡିଏମଙ୍କ ଅଫିସ ଘେରିଥିଲେ ବିଜେପି ଓ କଂଗ୍ରେସ କର୍ମୀ । ତୁରନ୍ତ ଜଷ୍ଟିସ୍ ଏମ୍ଏମ୍ ଦାସ୍ କମିଶନକୁ ରଦ୍ଦ କରିବାକୁ ଦାବି କରିଥିଲେ ବିରୋଧୀ । ଅନେକ ସ୍ଥାନରେ ଜଳୁଥିଲା ମୁଖ୍ୟମନ୍ତ୍ରୀ ଓ ଜଷ୍ଟିସ ଦାସଙ୍କ କୁଶପୁତଳିକା । ଜଷ୍ଟିସ ଦାସଙ୍କ ଇସ୍ତଫା ଦାବିରେ ଧାରଣା ଦେଇଥିଲେ ବିରୋଧୀ କଂଗ୍ରେସ କର୍ମୀ । ପ୍ରଶ୍ନ କରିଥିଲେ, ନବୀନ ସରକାରଙ୍କୁ କ୍ଲିନଚିଟ୍ ଦେବାକୁ ଚିଟଫଣ୍ଡ କମିଶନ ଅଧ୍ୟକ୍ଷ କିଏ ।

ଭୁବନେଶ୍ୱର ପାୱାର ହାଉସ ଛକରୁ ଏକ ବିଶାଳ ରାଲିରେ ଏଡିଏମ ଅଫିସ ଅଭିମୁଖେ ବାହାରିଥିଲû KõùMâiþ û ଜଷ୍ଟିସ୍ ଏମ୍. ଏମ୍. ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଶନକୁ ରଦ୍ଦ କରିବା ପାଇଁ କଂଗ୍ରେସ ଦାବି କରòଛି \k ।

ସେପଟେ ସୁନ୍ଦରଗଡରେ ମଧ୍ୟ କଂଗ୍ରେସ କମିଟି ତରଫରୁ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁଷ୍ମନ୍ତ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ଷ୍ଟାଡିୟମ ଛକଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । କଂଗ୍ରେସ କର୍ମୀମାନେ ରାଜ୍ୟପାଳଙ୍କ ଉଦ୍ୟେଶରେ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି । ସେପଟେ ରାୟଗଡାରେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ କର୍ମୀ । ଏନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତଳିକା ଦାହ କରାଯାଇଛି ।

ସେହିପରି ପୁରୀରେ ମଧ୍ୟ ଜିଲ୍ଲା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଚିଟଫଣ୍ଡ କମିସନ ଜଷ୍ଟିସ ଏମଏମ୍ ଦାସଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି ହୋଇଛି । ଏହାସହ ସରକାର ବିରୋଧୀ ନାରାବାଜି ଦେଇ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଅନ୍ୟପଟେ କଟକରେ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିରୋଧୀ ବିଜେପି । ତେବେ ଏହି ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ । କଟକ ବକ୍ସିବଜାରରୁ ରାଲିରେ ବାହାରିଥିଲେ ଦଳୀୟ ନେତା ଓ କର୍ମୀ । ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଚାଲିଥିବାବେଳେ ଆନ୍ଦୋଳନକାରୀଙ୍କୁ ବାଧା ଦେଇଥିଲା ପୋଲିସ । ଫଳରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ନୈ÷ତିକତା ଦୃଷ୍ଟିରୁ ଜଷ୍ଟିସ୍ ଦାସ ନିଜ ପଦରୁ ଯଥାଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି ।