ଜଙ୍ଗଲ ଜମି ଅଧିକାର ଦାବିରେ କାଶିପୁରରେ କଂଗ୍ରେସର ଆନ୍ଦୋଳନ

25

କାଶିପୁର : ଜଙ୍ଗଲ ଜମି ଉପରେ ଆଦିବାସୀ ଅଧିକାର ଦାବି, ଆମ୍ବ ଟାକୁଆ ଜନିତ ମୃତ୍ୟୁ ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ଆଜି କାଶିପୁରରେ କଂଗ୍ରେସ ଆନ୍ଦୋଳନର ଡାକରା ଦେଇଛି । କଂଗ୍ରେସ ଏସ୍ସିଏସ୍ଟି ସେଲ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । କଂଗ୍ରେସ ଶତାଧିକ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଏକ ବିଶାଳ ରାଲି ସିପିଜୋଡ଼ିରୁ ବାହାରି କାଶିପୁରରେ ପଂହଚିବ ।

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, କୃଷ୍ଣଚନ୍ଦ୍ର ସଗରିଆ ଏବଂ ପ୍ରଦୀପ ମାଝୀ ପ୍ରମୁଖ ସାମିଲ ହୋଇଛନ୍ତି । ଖାଦ୍ୟ ଭାବରୁ ଲୋକେ ଆମ୍ବ ଟାକୁଆ ଖାଉଛନ୍ତି ଏବଂ ଯାହାଫଳରେ ଲୋକ ବିଭିନ୍ନ ରୋଗରେ ଆକ୍ରନ୍ତ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ସେହିପରି ଜଙ୍ଗଲ ଜମି ଆଦିବାସୀଙ୍କ ଅଧିକାର ହୋଇଥିବା ସତ୍ୱେ ଏନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।