ଭୁବନେଶ୍ୱରରେ କଂଗ୍ରେସର ବିଶାଳ ଶୋଭାଯାତ୍ରା : ମେୟରଙ୍କ ଘର ଆଗରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ କଂଗ୍ରେସର ବିଶାଳ ରାଲି । ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରୁ ରାଲିରେ ବାହାରିଛନ୍ତି ଶତାଧିକ କର୍ମୀ । ବିବାଦୀୟ ସେକ୍ସ ସିଡିରେ ମେୟରଙ୍କ ସମ୍ପୃକ୍ତି ଓ ରିଷି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।

ମେୟର ପଦବିରେ ରହି ତଦନ୍ତକୁ ପ୍ରଭାବିତ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଶୋଭାଯାତ୍ରାରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଛନ୍ତି । ଏଥିରେ କିଛି କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ରାଜମହଲ ଛକରେ କଂଗ୍ରେସ କର୍ମୀ ଆନ୍ଦୋଳନ କରିବା ସମୟରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :