ରାଜଧାନୀରେ ପୁଲିସ ଉପସ୍ଥିତିରେ ଶିଖ୍ ଯୁବକଙ୍କୁ ମାଡ ଘଟଣାରେ ସରକାରଙ୍କୁ ଘେରିଲା କଂଗ୍ରେସ। କହିଲା, ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ ସମସ୍ୟାର ସମାଧାନ ନୁହେଁ

ଉତ୍ତର ଦାୟିତ୍ୱ ନିଅନ୍ତୁ ପୁଲିସ କମିସନର ଓ ମନ୍ତ୍ରୀ

186

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଲିସ ଉପସ୍ଥିତିରେ ଶିଖ ଯୁବକଙ୍କୁ ମାଡ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ସେପଟେ ଏହି ଘଟଣାରେ ପୋଲିସ କମିଶନର ଓ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ପୋଲିସର ଖାମଖିଆଲ ମନୋଭାବ ଲାଗି ଗୃହମନ୍ତ୍ରୀ , ଗୃହରାଷ୍ଟ୍ରମନ୍ତ୍ରୀ, ପୋଲିସ କମିଶନର, ଡିଜିପି ଓ ଡିସିପି ନୈତିକତାର ସହ ଉତରଦାୟିତ୍ୱ  ନିଅନ୍ତୁ । କେବଳ ପିଏସଆରର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରିବା ଏହାର ସମାଧାନ ନୁହେଁ ବୋଲି କଂଗ୍ରେସ କହିଛି ।

ଗତକାଲି ଲକ୍ଷ୍ମୀସାଗର ଅଂଚଳରୁ ଆସିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ଜଣେ ପଞ୍ଜାବୀ ବ୍ୟକ୍ତିଙ୍କୁ ପୋଲିସ ଉପସ୍ଥିତିରେ ୫ରୁ ୬ଜଣ ଦୁବୃର୍ତ ମିଳିତ ଭାବେ ଆକ୍ରମଣ କରିଥିଲେ । ସେହି ସମୟର ସିସିଟିଭି ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଥିଲା । ଏହି ଘଟଣାରେ ପୁଲିସ୍ ଶଙ୍କର ରାଉତ ଏବଂ ଦୀପକ ମହାନ୍ତି ନାମକ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ପରବିନ୍ଦରଙ୍କୁ ଆକ୍ରମଣ କଲା ବେଳେ ଏହି ଦୁର୍ବୃତ୍ତମାନେ ମୁଣ୍ଡରୁ ପଗଡ଼ି କାଢ଼ି ଦେଇଥିଲେ ।