ମନ୍ତ୍ରୀଙ୍କ ବିଭାଗୀୱାରୀ ସମୀକ୍ଷା ନେଇ କଂଗ୍ରେସର ପ୍ରଶ୍ନ ! ଜଙ୍ଗଲ ଅଧିକାର ଆଇନରେ ଜନଜାତିଙ୍କୁ କେବେ ମିଳିବ ପୂର୍ଣ୍ଣକ୍ଷମତା

16

କନକ ବ୍ୟୁରୋ :  ମନ୍ତ୍ରୀଙ୍କ ବିଭାଗୀୱାରୀ ସମୀକ୍ଷା ନେଇ ବିଜେଡି ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଦଳ ପ୍ରଶ୍ନ କରିଛି ଯେ,  ଜଙ୍ଗଲ ଅଧିକାର ଆଇନରେ ଜନଜାତିଙ୍କୁ କେବେ ମିଳିବ ପୂର୍ଣ୍ଣକ୍ଷମତା ।

ସବୁ ଗାଁକୁ ଓ ସବୁ ପରିବାରକୁ ନବୀନ ସରକାର କେବେ ପାନୀୟ ଜଳ ଯୋଗାଇବେ,  ମନରେଗା ଯୋଜନାରେ କେତେ ଜଣଙ୍କୁ ମିଳିଛି ଶହେ ଦିନର କାମ, କାମ ନପାଇଥିବା କେତେ ଲୋକଙ୍କୁ ଭତା ଦେଇଛନ୍ତି, ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଅତିରିକ୍ତ ୫୦ ଦିନର କାମ କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ସେହିଭଳି ପଂଚାୟତିରାଜ ବ୍ୟବସ୍ଥାକୁ ସରକାର କେବେ ପୂର୍ଣ୍ଣ କ୍ଷମତା ଦେବେ ବୋଲି ଦଳ ପ୍ରଶ୍ନ କରିଛି । ନବୀନ ସରକାରଙ୍କ ବିଭାଗୱାରୀ ସମୀକ୍ଷାରେ ଆଜି ଅପରାହ୍ନରେ ଜଙ୍ଗଲ ଓ ପରିବେଶ ଏବଂ ପଂଚାୟତିରାଜ ଓ ଜଳ ଯୋଗାଣ ମନ୍ତ୍ରୀ, ସେମାନଙ୍କ ରିପୋର୍ଟ କାର୍ଡ ଦେବେ ।