ଜଙ୍ଗଲ ଜମି ଅଧିକାର ଦାବିରେ ଆଜି କାଶିପୁରରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ

34

କନକ ବ୍ୟୁରୋ : ଜଙ୍ଗଲ ଜମି ଉପରେ ଆଦିବାସୀ ଅଧିକାର ଦାବି, ଆମ୍ବ ଟାକୁଆ ଜନିତ ମୃତ୍ୟୁ ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତିବାଦରେ ଆଜି କାଶିପୁରରେ ଆନ୍ଦୋଳନ କରିବ କଂଗ୍ରେସ । କଂଗ୍ରେସ ଏସସିଏସଟି ସେଲ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି ।

କଂଗ୍ରେସ ଶତାଧିକ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଏକ ବିଶାଳ ରାଲି ସିପିଜୋଡ଼ିରୁ ବାହାରି କାଶିପୁରରେ ପଂହଚିବ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, କୃଷ୍ଣଚନ୍ଦ୍ର ସଗରିଆ ଏବଂ ପ୍ରଦୀପ ମାଝୀ ପ୍ରମୁଖ ସାମିଲ ହେଉଛନ୍ତି । ଖାଦ୍ୟ ଭାବରୁ ଲୋକେ ଆମ୍ବ ଟାକୁଆ ଖାଉଛନ୍ତି ଏବଂ ଯାହାଫଳରେ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ସେହିପରି ଜଙ୍ଗଲ ଜମି ଆଦିବାସୀଙ୍କ ଅଧିକାର ହୋଇଥିବା ସତ୍ୱେ ଏନେଇ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।