କଟକରେ କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି ! ବିଭିନ୍ନ ସମସ୍ୟା ନେଇ ସିଏମି ଅଫିସ ଘେରାଉ ବେଳେ ମୁହାଁମୁହିଁ

27

କନକ ବ୍ୟୁରୋ : କଟକରେ କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି । କଟକ ମହାନଗର ନିଗମ ଆଗରେ ମୁହାଁମୁହିଁ ହୋଇଛନ୍ତି ନଗର କଂଗ୍ରେସ କର୍ମୀ ଓ କମିସନରେଟ ପୁଲିସ । ସହରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ନେଇ ସିଏମି ଅଫିସ ଘେରାଉ କରିଛି । ଏହି ସମୟରେ ସିଏମସି ଅଫିସ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଯାହାକୁ ରୋକିବାକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଧସ୍ତାଧସ୍ତି ହୋଇଛି ପୁଲିସ ।