ରାଜଧାନୀରେ ଯୁବ କଂଗ୍ରେସର ବିଶାଳ ସମାବେଶ : ଚାଷୀ ଓ ବେକାରୀ ସମସ୍ୟାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ

19

କନକ ବ୍ୟୁରୋ: ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ଯୁବ କଂଗ୍ରେସର ବିଶାଳ ସମାବେଶ । ଓଡ଼ିଶାର ଚାଷୀ ଓ ବେକାରୀ ସମସ୍ୟାର ସମାଧାନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ବିମୁଖ ଥିବା ଦର୍ଶାଇ ଭୁବନେଶ୍ୱରରେ ବିଶାଳ ସମାବେଶ କରିଛି ଯୁବ କଂଗ୍ରେସ । ଏନେଇ ଯୁବ କଂଗ୍ରେସ ନବୀନ ନିବାସ ଘେରାଓ କରୁଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଯୁବ କଂଗ୍ରେସର ବିକ୍ଷୋଭକୁ ଦୃଷ୍ଟିରେ ରଖି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।