ବିଜେଡି ବିଧାୟକ ମାନଙ୍କ କେଳେଙ୍କାରୀ ଧରାପଡିଯିବା ପରେ ଇସ୍ତଫା ଦାବି କରିଛି ବିରୋଧୀ

24

କନକ ବ୍ୟୁରୋ : ବିଜେଡି ବିଧାୟକ ମାନଙ୍କ କେଳେଙ୍କାରୀ କ୍ୟାମେରାରେ ଧରାପଡିଯିବା ପରେ ଓଡିଶା ରାଜନୀତିରେ ଚାଂଚଲ୍ୟ ଖେଳିଯାଇଛି । ସ୍ୱଚ୍ଛ ଓ ନିର୍ମଳ ସରକାରର ଦ୍ୱାହି ଦେଉଥିବା ବିଜେଡି ନେତାଙ୍କ ଅସଲ ମୁଖା ଖୋଲିଯାଇଛି । ସେପଟେ ଏହି ଘଟଣା ପରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ବିରୋଧୀ ।

ଯୁବ କଂଗ୍ରେସ କର୍ମୀ ରାସ୍ତାରେ ବିକ୍ଷୋଭ କରିବା ସହ ବିଜେଡି ବିରୋଧୀ ନାରା ଦେଇଛନ୍ତି । ୪ ବିଧାୟକଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ନବୀନଙ୍କ କୁଶପୁତଳିକା ଦାହ କରିଛନ୍ତି । ସେପଟେ ଅନୁଗୁଳରେ ବିରୋଧ ପ୍ରଦର୍ଶନ କରିଛି ବିଜେପି । ୪ ବିଜେଡି ବିଧାୟକଙ୍କ ଇସ୍ତଫା ଦାବି ହୋଇଛି ।