କ’ଣ ଭାରତର ଏହି ଦେଶଦ୍ରୋହ ଆଇନ୍ ? ଯେଉଁଥିରେ ନିଜ ଘୋଷଣାପତ୍ରରେ କଂଗ୍ରେସ ଏହି ଆଇନକୁ ଶେଷ କରିବା ପାଇଁ ପ୍ରତିଶୃତି ଦେଇଛି ।

193

କଂଗ୍ରେସ ତରଫରୁ ଲୋକସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କରାଯାଇଛି । ଲୋକସଭା ନିର୍ବାଚନ ୨୦୧୯ ପାଇଁ ଘୋଷଣା ପତ୍ରରେ ସେନାର ଆଧୁନିକୀକରଣ,ରାଇଟ୍ ଟୁ ଫ୍ରି ହେଲ୍ଥକେୟାର୍ , ପ୍ରଦୂଷଣ ଉପରେ ମଧ୍ୟ କଂଗ୍ରେସ କହିଛି ଯେ ସେ ଏହା ଉପରେ କାମ କରିବ । କଂଗ୍ରେସ ରାଜଦ୍ରୋହ ଧାରାକୁ ମଧ୍ୟ ଶେଷ କରିବା ପାଇଁ ଜନତାଙ୍କୁ କହିଛି । ଏହାର ପ୍ରତିକ୍ରିୟାରେ ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ ଯେ କଂଗ୍ରେସ ଦେଶର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । କଂଗ୍ରେସ ଜନତାଙ୍କୁ ଯେଭଳି ପ୍ରତିଶ୍ରୁତି କରୁଛି ତାହା ପାଳନ କରିବା ସମ୍ଭବ ନୁହେଁ । ବହୁତ ପୂର୍ବରୁ ହିଁ ଭାରତର ରାଜଦ୍ରୋହ ଆଇନ୍ ଆଲୋଚନା ହେଉଛି । ଏହାର କାରଣ ଏହି କାନୁନ୍ ଖୁବ୍ ନା ପୁରୁଣା । ତେବେ ଆସନ୍ତୁ ଏହି ଦେଶଦ୍ରୋହ ଆଇନ୍ ଉପରେ ଅଧିକ ଜାଣିବା । 

କ’ଣ ଏହି ଦେଶଦ୍ରୋହ ଆଇନ୍ ?

ଆଇପିସି ଧାରା ୧୨୪ ଏ ଅନୁସାରେ ଲିଖିତ ତଥା ମୌଖିକ ଶବ୍ଦ,ପ୍ରତ୍ୟକ୍ଷ ତଥା ଅପ୍ରତ୍ୟକ୍ଷ ରୁପରେ ହିଂସା ପ୍ରସାରିତ କରିବା ତଥା ଅସନ୍ତୋଷ ଜାହିର କରିବା ଦ୍ୱାରା ଦେଶଦ୍ରୋହର ମାମଲା ଦର୍ଜ କରାଯାଇପାରିବ । ଏହି ଧାରା ଅନୁସାରେ କେସ୍ ହେବା ପରେ ଦୋଷୀକୁ ୩ ବର୍ଷ କାରାଦଣ୍ଡ ମଧ୍ୟ ହୋଇପାରେ । ୧୯୬୨ ରେ ସୁପ୍ରିମକୋର୍ଟର୍ ଏହି ଆଇନ୍ କୁ ମଞ୍ଜୁରୀ ଦେଇଥିଲେ ।