ଉତ୍ତରପ୍ରଦେଶରେ ପ୍ରିୟଙ୍କା-ରାହୁଲଙ୍କ ରୋଡ ସୋ’: ଲକ୍ଷ୍ନୌରେ ୧୨ କିଲୋମିଟର ପର୍ଯ୍ୟନ୍ତ ଶୋଭାଯାତ୍ରା, କର୍ମୀଙ୍କ ମଧ୍ୟରେ ଉତ୍ସାହ

220

କନକ ବ୍ୟୁରୋ: ମିଶନ ୟୁପିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ୟୁପିର ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବା ପରେ ଉତରପ୍ରଦେଶରେ ପହଚିଂଛନ୍ତିି ପ୍ରିୟଙ୍କା । ଲକ୍ଷ୍ନୌରେ ସେ ୧୨ କିଲୋମିଟର ଯାଏଁ ରୋଡ ଶୋ କରୁଛନ୍ତି । ଏଥିରେ ସାମିଲ ହୋଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ । । ଏୟାରପୋର୍ଟରୁ ଆରମ୍ଭ କରି କଂଗ୍ରେସ ଅଫିସ ୧୨ କିଲୋମିଟର ଯାଏଁ ପ୍ରିୟଙ୍କାଙ୍କୁ ସ୍ୱାଗତ କରିବାକୁ ଜବରଦସ୍ତ ପ୍ରସ୍ତୁତି କରାଯାଇଛି । ଅନେକର ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଏପରିକି ୟୁପିରେ ପ୍ରିୟଙ୍କା ସେନା ମଧ୍ୟ ଗଠନ କରିଛନ୍ତି ଦଳୀୟ କର୍ମୀ । ରୋଡ ଶୋ ପରେ ସେ କଂଗ୍ରେସର କର୍ମକର୍ତା ଓ ଦଳୀୟ ପଦାଧିକାରୀଙ୍କୁ ଭେଟିବେ ।

୪ ଦିନ ଧରି ସେ ଉତରପ୍ରଦେଶରେ ରହିବେ । ପ୍ରତ୍ୟେକ ଲୋକସଭା ଆସନର କର୍ମକର୍ତାଙ୍କୁ ସେ ଭେଟିବେ । ଆସନ୍ତା ୧୪ ତାରିଖରେ ନିର୍ବାଚନ ନେଇ ଏକ ବୈଠକ ବି ହେବ । କୁହାଯାଇଛି, ଏହି ୪ ଦିନିଆ ଗସ୍ତ ପରେ ସେ ପ୍ରାୟ ଏକ ମାସ ବ୍ୟାପୀ ବିଭିନ୍ନ ଲୋକସଭା ନିର୍ବାଚନମଣ୍ଡଳୀରେ ସଭା ଓ ରୋଡ ଶୋ କରିବେ । ଗସ୍ତ ପୂର୍ବରୁ ପ୍ରିୟଙ୍କା ଏକ ଅଡିଓ ଟେପ ବି ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ସମସ୍ତେ ମିଶି ଉତରପ୍ରଦେଶକୁ ବଦଳାଇବା ।

ସେପଟେ,  ପ୍ରିୟଙ୍କାଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ଏକପ୍ରକାର ଉତ୍ସାହିତ ହୋଇପଡିଛନ୍ତି । ତାଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ପୁରା ୟ୍ରୁପି । ପ୍ରିୟଙ୍କାଙ୍କୁ ଗ୍ରାଣ୍ଡ ୱେଲକମ କରିବା ପାଇଁ ସବୁଆଡେ ଆକର୍ଷଣୀୟ ପୋଷ୍ଟର ଛାଇଯାଇଛି  । ଏଭଳିକି ପୋଷ୍ଟରରେ ପ୍ରିୟଙ୍କାଙ୍କୁ ମା ଦୁର୍ଗାଙ୍କ ବେଶରେ ଦେଖିବାକୁ ମିଳିଛି ।

ଆଉ ଏଥିରେ କ୍ୟାପସନ ରହିଛି  ମା ଦୁର୍ଗା ରୂପି ଭଉଣୀ ପ୍ରିୟଙ୍କାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ସ୍ୱାଗତ ଜଣାଉଛି ପୁରା ୟୁପି । ମିଥ୍ୟା ସରକାରଙ୍କ ଲଙ୍କା ଦହନ ପାଇଁ ମଧ୍ୟ ପୋଷ୍ଟରରେ ସ୍ନୋଗାନ ସ୍ଥାନପାଇଛି ।ଲକ୍ଷ୍ନୌସ୍ଥିତ ନେହରୁ ଭବନରୁ ନେଇ ରାଜରାସ୍ତା ଯାଏଁ ଭାଇ ଭଉଣୀ ଅର୍ଥାତ ପ୍ରିୟଙ୍କା ଓ ରାହୁଲଙ୍କ ଫଟୋ ଥିବା ପୋଷ୍ଟର ଛାଇଯାଇଥିଲା । ସୋନିଆ ଗାନ୍ଧି, ରାଜ ବବ୍ୱର,ଓ ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫଟୋ ମଧ୍ୟ ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ।