କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ

17

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ଦିଲ୍ଲୀ ଆର ଆର ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ଗତକାଲି ୟୁପି ବିଧାନସଭା ନିର୍ବାଚନ ପାଇଁ ବାରାଣାସୀରେ ରୋଡ ଶୋ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ସୋନିଆ । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ଅଣାଯାଇ ଆର୍ମି ହସ୍ପିଟାଲରେ ଭର୍ତି କରାଯାଇଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ସୋନିଆଙ୍କ ଅସୁସ୍ଥତା ଖବର ପାଇ ବିଳମ୍ବିତ ରାତିରେ ହସ୍ପିଟାଲକୁ ନେତାମନ୍ତ୍ରୀଙ୍କ ସୁଅ ଛୁଟିଥିଲା । ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାରାଣସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ । ୨୦୧୪ରେ ବାରାଣସୀରୁ ନରେନ୍ଦ୍ର ମୋଦି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ଉତରପ୍ରଦେଶରେ କଂଗ୍ରେସ କେବଳ ୨ଟି ଆସନରେ ନିଜ ଖାତା ଖୋଲିଥିବାରୁ ଏଥରର ବିଧାନସଭା ନିର୍ବାଚନ ସୋନିଆଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।