ନିର୍ବାଚନ ଫଳାଫଳ ପରେ ରାହୁଲ ଗାନ୍ଧିଙ୍କ ଗୁଜୁରାଟ ଗସ୍ତ ! ହାତରେ ଫୁଲ ଚାଙ୍ଗୁଡି ଧରି ସୋମନାଥ ମନ୍ଦିରରେ ପହଂଚି କଲେ ପୂଜାର୍ଚ୍ଚନା

27

କନକ ବ୍ୟୁରୋ : ଗୁଜୁରାଟ ନିର୍ବାଚନ ଫଳାଫଳ ଆସିବା ପରେ ଆଜି ଗୁଜୁରାଟ ଗସ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗୁଜୁରାଟ ପହଂଚିବା ପରେ ରାହୁଲ ପୂଜାର୍ଚ୍ଚନା କରିଛନ୍ତି । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସୋମନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ହାତରେ ଫୁଲ ଚାଙ୍ଗୁଡା ଧରି ମନ୍ଦିରରେ ପହଂଚିଥିଲେ ରାହୁଲ । ସେଠାରେ ପଣ୍ଡିତଙ୍କ ଗହଣରେ ବାବା ସୋମନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ରାହୁଲ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ । ବୈଠକରେ ଆଗାମୀ ନିର୍ବାଚନ ନେଇ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ନେଇ ଜିଲ୍ଲାୱାରୀ ସମୀକ୍ଷା କରାଯିବ ।