ଆଘାତ ପତ୍ରକାରଙ୍କୁ ସାହାଯ୍ୟ କଲେ କଂଗ୍ରେସ ଅଧ୍ୟକ୍ଷ ! ରୁମାଲରେ ପୋଛିଲେ ମୁଣ୍ଡ,ଗାଡିରେ ବସାଇ ନେଲେ ଡାକ୍ତରଖାନା ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଏହି ଭିଡିଓରେ ରାହୁଲ ଗାନ୍ଧୀ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ରୁମାଲ୍ ପୋଛିବାର ନଜର ଆସୁଛନ୍ତି । କୁହାଯାଉଛି କି ରାହୁଲଙ୍କ ସହ ଗାଡିରେ ବସିଥିବା ରାଜେନ୍ଦ୍ର ବ୍ୟାସ୍ ନାମକ ଏହି ବ୍ୟକ୍ତିଜଣକ ହେଉଛନ୍ତି ରାଜସ୍ଥାନର ଜଣେ ରିପୋର୍ଟର । ଏହି ରିପୋର୍ଟର ଜଣକ ସଡକ ଦୁର୍ଘଟଣାରେ ଆଘାତ ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ରାଲି ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
I am yet to see a person with more humane qualities than @RahulGandhi
We can narrate hundreds of such instances- But the problem is, that he does not want to publicise these.
This makes him perhaps more humane! https://t.co/RXrz9A34CU— Ajay Maken (@ajaymaken) March 27, 2019
ତେବେ ରାହୁଲ ଯେତେବେଳେ ଏହି ଘଟଣା ଜାଣିବାକୁ ପାଇଲେ ସେ ତୁରନ୍ତ ଗାଡି ଅଟକାଇ ପତ୍ରକାରଙ୍କୁ ଗାଡିରେ ବସାଇ ହସ୍ପିଟାଲ୍ ନେଇଆସିଥିଲେ । ତେବେ ଏହି ଭିଡିଓଟି ଏବେ ଭାଇରାଲ୍ ହେବାକୁ ଲାଗିଛି ଯେଉଁଥିରେ ରାହୁଲ୍ ଆଘାତ ବ୍ୟକ୍ତି ଜଣଙ୍କ ମୁଣ୍ଡରୁ ବାହାରୁଥିବା ରକ୍ତକୁ ରୁମାଲରେ ପୋଛୁଛନ୍ତି । ଭିଡିଓକୁ ତାଙ୍କର ଜଣେ ସଦସ୍ୟ ସୁଟ୍ କରୁଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଓଡିଶାରେ ଜଣେ ରିପୋର୍ଟରଙ୍କୁ ରାହୁଲ ଗାନ୍ଧୀ ସାହାଯ୍ୟ କରିଥିଲେ । ଭୁବନେଶ୍ୱର ଏୟାରପୋର୍ଟରେ ରାହୁଲ ଆସିବା ପରେ ସବୁ ପତ୍ରକାର ତାଙ୍କର ଏକ ଫଟୋ ନେବା ପାଇଁ ଦୌଡୁଥିଲେ । ଏହି ସମୟରେ ଜଣେ ରିପୋର୍ଟର ତଳେ ପଡିଯାଇଥିଲେ । ସେତେବେଳେ ରାହୁଲ୍ ତାଙ୍କୁ ତତ୍କାଳ ଆସି ଉଠାଇଥିଲେ ।
#WATCH Congress President Rahul Gandhi checks on a photographer who tripped and fell at Bhubaneswar Airport, Odisha. pic.twitter.com/EusYlzlRDn
— ANI (@ANI) January 25, 2019