ରାହୁଲ ଦେଲେ ଟାସ୍କ ! ନିର୍ବାଚନ ପାଇଁ କିଭଳି ଚାଲିଛି ପ୍ରସ୍ତୁତି , ସମୀକ୍ଷା କରି ତଥ୍ୟ ଦିଅ ।

35

୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛିି କଂଗ୍ରେସ । ଏନେଇ ସମସ୍ତ ପିିସିସି ସଭାପତି ଏବଂ ଏଆଇସିସିର ସାଧାରଣ ସମ୍ପାଦକଙ୍କୁ ନିର୍ବାଚନୀ ଟାସ୍କ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସମସ୍ତ ଲୋକସଭା ମଣ୍ଡଳିର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେିଛନ୍ତି କଂଗ୍ରେସ ହାଇ କମାଣ୍ଡ ରାହୁଲ । ତେବେ ଆସନ୍ତା ୧୫ ତାରିଖ ସଂସଦୀୟ କ୍ଷେତ୍ର ନିର୍ବାଚନୀ ତଥ୍ୟ ଦେବାକୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ କଂଗ୍ରେସର ରଣ ହୁଙ୍କାର । ହାଇକମାଣ୍ଡ ରାହୁଲ ଗାନ୍ଧୀ ଦେଲେ ନିର୍ବାଚନୀ ଟାସ୍କ । ସମସ୍ତ ପିସିସି ସଭାପତି ଏବଂ ଏଆଇସିସି ସାଧାରଣ ସମ୍ପାଦକଙ୍କ ସହିତ ଜୁଲାଇ ତୃତୀୟ ସପ୍ତାହ ଶେଷ ସୁଦ୍ଧା ସାଧାରଣ ନିର୍ବାଚନକୁ ନେଇ ବୈଠକ କରିବେ ବୋଲି ଜଣାପଡିଛି । ତେଣୁ ପିସିସି ସଭାପତି ଏବଂ ଏଆଇସିସିର ସାଧାରଣ ସମ୍ପାଦକମାନେ ସଂସଦୀୟ କ୍ଷେତ୍ର ସହ ୯ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ଦେବାକୁ ଚିଠି ଦ୍ୱାରା ନିର୍ଦ୍ଦେଶ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

ରାହୁଲଙ୍କ ଏହି ୯ଟି ଟାସ୍କ ମଧ୍ୟରେ ରହିଛି :

୧. କ’ଣ ରହିଛି କଂଗ୍ରେସର ସାଂଗଠନିକ ସ୍ଥିତି ?

୨. ଗତ ନିର୍ବାଚନର ଇତିହାସ !

୩. ନିର୍ବାଚନ ମଣ୍ଡଳୀର ଜନସଂଖ୍ୟା !

୪. କଂଗ୍ରେସକୁ ବିଜୟୀ ହେବା ପାଇଁ କେତେ ପ୍ରତିଶତ ଭୋଟ ଆବଶ୍ୟକ ?

୫. ଗତ ସଂସଦୀୟ ନିର୍ବାଚନରେ କଂଗ୍ରେସ ହାସଲ କରିଥିବା ଭୋଟ ହାର !

୬. ଭୋଟ ହାର ବୃଦ୍ଧି କରିବା ପାଇଁ କ’ଣ ରଣନୀତି ?

୭. ସଂସଦୀୟ କ୍ଷେତ୍ରରେ ବୁଥ କମିଟିର ବର୍ତ୍ତମାନ ସ୍ଥିତି କ’ଣ ?

୮. ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ ପାଇଁ କ’ଣ ମୁଖ୍ୟ ସମସ୍ୟା ରହିବ ?

୯. ଦଳକୁ ନିର୍ବାଚନରେ ବିଜୟୀ କରାଇବାରେ କେଉଁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ?

ଏଭଳି ୯ଟି ଦିଗ ଉପରେ ଗୁରୁତ୍ୱଦେଇ ଟାସ୍କ ପ୍ରସ୍ତୁତ କରିବା ପାଇଁ କହିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ । ସମସ୍ତ ପିସିସି ସଭାପତି ଏବଂ ଏଆଇସିସିର ସାଧାରଣ ସମ୍ପାଦକମାନେ ଚିଠା ପ୍ରସ୍ତୁତ କରି ହାଇମାଣ୍ଡଙ୍କ ନିକଟରେ ହେବାକୁଥିବା ବୈଠକରେ ଦାଖଲ କରିବେ । ଏହାସହ କଂଗ୍ରେସ ହାଇକମାଣ୍ଡ ସେହି ବୈଠକରେ ସାଧାରଣ ନିର୍ବାଚନ ନେଇ ସମସ୍ତଙ୍କୁ ମନ୍ତ୍ରଣା ଦେବେ ରାହୁଲ ।