ମୋର ନାମ ନରେନ୍ଦ୍ର ମୋଦି ନୁହେଁ ! ମିଛ କହିବା ମୋର ଅଭ୍ୟାସ ନାହିଁ, ଲୋକମାନଙ୍କୁ ଦେଇଥିବା କଥା ମୁଁ ପୂରଣ କରେ : ରାହୁଲ ଗାନ୍ଧୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି

305

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶରେ ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀଗାନ୍ଧୀ ନିଜର ଦୁବାଇ ଗସ୍ତ ସମୟରେ ମୋଦିଙ୍କୁ ଦୃଢ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ନାମ ନରେନ୍ଦ୍ର ମୋଦି ନୁହେଁ କି ମିଛ କହନ୍ତି ନାହିଁ । ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସେଠାରେ ଏତ ସାମ୍ବାଦିକ ସମ୍ମିଳନୀ କରିବା ସହ ମୋଦି ସରକାରଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି । ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ମତେ ମିୁଛ କହିବାକୁ ଜମାବି ଭଲ ଲାଗେ ନାହିଁ । ମୋ ନାମ ଶ୍ରୀ ନରେନ୍ଦ୍ର ମୋଦି ନୁହେଁ । ମୁଁ ଯାହା କହିଥାଏ ତାହାକୁ ନିଶ୍ଚିତ ଭାବରେ ପୂରଣ କରେ । ଲୋକମାନଙ୍କୁ କହିଥିବା କଥା ଯେପରି ପୂରଣ ହେବ ସେ ନେଇ ମୋର ସବୁବେଳେ ପ୍ରୟାସ ଥାଏ ।

 

ହେଲେ ମୋଦି ଲୋକମାନଙ୍କୁ କଥା ଦେବାରେ ଯେପରି ଭାବରେ ସିଦ୍ଧହସ୍ତ କାମ କରିବା ବେଳେ ତାହାର ଓଲଟା କରନ୍ତି । ଅର୍ଥାତ କେବଳ ପ୍ରତିଶୃତି ଦିଅନ୍ତି କିନ୍ତୁ ତାହାକୁ ପାଳନ କରନ୍ତି ନାହିଁ ।ଏହାସହ ସେ କଂଗ୍ରେସ ୩ ରାଜ୍ୟରେ ବିଜୟ ହେବା ପରେ ଦେଇଥିବା ସମସ୍ତ ପ୍ରତିଶୃତି ପୂରଣ କରିଛି । ପ୍ରଥମତଃ ଚାଷୀଙ୍କୁ ଋଣ ଛାଡ କରିଛି । ଏହାସହ ନିର୍ବାଚନ ସମୟରେ ଦେଇଥିବା ସମସ୍ତ କଥା ସରକାର ପୂରଣ କରିବ ବୋଲି ରାହୁଲ କହିଛନ୍ତି । ରାଫେଲ ଡିଲକୁ ନେଇ ମଧ୍ୟ ସେଠାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । କହିଛନ୍ତି, ମୋଦି ନିଜେ ଛୋଟ ଅମ୍ବାନୀଙ୍କୁ ୩୦ ହଜାର କୋଟି ଚୋରି କରି ନେବାରେ ସାହାଯ୍ୟ କରିଛନ୍ତି । ସେ ଦୁବାଇରେ ଦୃଢ ବିଶ୍ୱାସ ରଖିଛନ୍ତି କି ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବରେ ଦେଶରେ କଂଗ୍ରେସ ବିଜୟ ହେବ ।

 

ଦେଶରେ ଯେପରି ଭାବରେ କଂଗ୍ରେସକୁ ସମର୍ଥନ ମିଳୁଛି ତାହାକୁ ଦେଖିଲେ ଆମେ ଜାଣିପାରିବା ଯେ, ଆଗାମୀ ଦିନରେ ଦେଶରେ କଂଗ୍ରେସ ହିଁ ସରକାର କରିବ । କେବଳ ଏତିକି ନୁହେଁ ଅନେକ ଯୋଜନା ଉପରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ ଦେଶରେ ଏବଂ ଲୋକସଭାରେ ମଧ୍ୟ ଅନେକ ଥର ମୋଦି ସରାକରଙ୍କୁ ବିରୋଧ କରିବା ସହ ସମାଲୋଚନା କରିଛନ୍ତି ରାହୁଲ ।