୨୦୧୯ ପୂର୍ବରୁ ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକ! ୫ଟି ରାଜ୍ୟରେ ସ୍ଥିତି ମଜଭୁତ କରିବା ପାଇଁ ଘୋଷଣା କଲେ ଏଆଇସିସିର ସ୍କ୍ରିନିଂ କମିଟି, ଫୋକସରେ ଓଡିଶା ।

23

୨୦୧୯ ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୫ଟି ରାଜ୍ୟ ପାଇଁ ସ୍କିନିଂ କମିଟି ଘୋଷଣା କରିଛନ୍ତି । ସେଥିମଧ୍ୟରୁ ଓଡିଶାକୁ ମଧ୍ୟ ଫୋକସରେ ରଖିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି । ଓଡିଶା ସ୍କ୍ରିନିଂ କମିଟିର ଜଣେ ଅଧ୍ୟକ୍ଷଙ୍କ ସହ ୨ଜଣ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି ରାହୁଲ । ଓଡିଶା ପାଇଁ କଂଗ୍ରେସ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି ସାଥୀସାନ ହୋଇଥିବାବେଳେ ଆଉ ଦୁଇଜଣ ସଦସ୍ୟ ହେଉଛନ୍ତି ଜୀତନ ପ୍ରସାଦ ଓ ନୌସଦ ସୋଲାଙ୍କୀ । ତେବେ ୨୦୧୯ ନିର୍ବାଚନର ପୂର୍ବରୁ କଂଗ୍ରେସକୁ ଟିକେଟ ପ୍ରଦାନ କରିବା ପାଇଁ ପ୍ରଦେଶ କଂଗ୍ରେସକୁ ଯାଞ୍ଚ କରିବ ଏହି ସ୍କ୍ରିନିଂ କମିଟି ।

ଓଡିଶା ସହ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ପାଇଁ ମଧ୍ୟ ସ୍କ୍ରିନିଂ କମିଟି ଗଠନ କରାଯାଇଛି । ରାଜସ୍ଥାନ ସ୍କ୍ରିନିଂ କମିଟିର ଅଧ୍ୟକ୍ଷଭାବେ କୁମାରୀ ସେଲଜାଙ୍କୁ ଦାୟିତ୍ୱ ମିଳିଥିବାବେଳେ ଲଲିତେଶ ତ୍ରିପାଠୀ ଓ ଶାକିର ସାନିନ୍ଦାଙ୍କୁ ସଭ୍ୟ ରଖାଯାଇଛି । ସେହିପରି ମଧ୍ୟପ୍ରଦେଶ ପାଇଁ ମଧୁସୁଦନ ମିଷ୍ଟ୍ରୀ ଅଧ୍ୟକ୍ଷ ହୋଇଥିବାବେଳେ ନେତା ଡି.ସୌଉଜା ଓ ଅଜୟ କୁମାର ଲାଲୁ ସଭ୍ୟ ରହିଛନ୍ତି । ଅପରପକ୍ଷେ ଛତିଶଗଡ ପାଇଁ ଭୁବନେଶ୍ୱର କାଲିତା ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ରୋହିତ ଚୌଧୁରୀ ଓ ଅଶ୍ୱିନୀଭାଇ କୋଟୱାଳ ସଭ୍ୟ ଅଛନ୍ତି । ଶେଷରେ ମିଜୋରାମ ପାଇଁ ମଧ୍ୟ ଲୁଇଜିନୋହଙ୍କୁ ସ୍କ୍ରିନିଂ କମିଟିର ଅଧ୍ୟକ୍ଷଭାର ଦେଇଛନ୍ତି କଂଗ୍ରେସ ହାଇ କମାଣ୍ଡ ରାହୁଲ ଗାନ୍ଧୀ ।