କଂଗ୍ରେସର ଦିଲ୍ଲୀ ଚଲୋ ପାର୍ଟ-ଟୁ : ବିଧାୟକଙ୍କ ପରେ ରାହୁଲଙ୍କୁ ଭେଟିବେ ଜିଲ୍ଲା ସଭାପତି

29

କନକ ବ୍ୟୁରୋ : ନଭେମ୍ବର ଦୁଇ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସର ଜିଲ୍ଲା ସଭାପତି । ରାହୁଲ ଗାନ୍ଧୀଙ୍କୁ ଭେଟି ଦଳ ସଂପର୍କରେ କଣ ଆଲୋଚନା ହେବ, ତାହା ସ୍ପଷ୍ଟ ହୋଇନି । କାରଣ ଦିଲ୍ଲୀରୁ ଡାକରା ଆସିଛି, ନା ପ୍ରସାଦ ହରିଚନ୍ଦନଙ୍କ ସପକ୍ଷରେ ଶକ୍ତି ପ୍ରଦର୍ଶନ କରିବାକୁ ଦିଲ୍ଲୀରେ ଡେରା ପକାଉଛନ୍ତି ନେତା, ତାକୁ ନେଇ ସସପେନସ୍ ଜାରି ରହିଛି । ସନ୍ଦେହ ଘନିଭୂତ ହୋଇଛି କାରଣ ଏବେ ବି ଅନେକ ଜିଲ୍ଲା ସଭାପତିଙ୍କୁ ମିଳିନି ଦିଲ୍ଲୀ ଚଲୋ ନିମନ୍ତ୍ରଣ ।