ଦିଲ୍ଲୀ ଦରବାରରେ ଓଡ଼ିଶା କଂଗ୍ରେସର ଘର ସଜଡ଼ା ଉଦ୍ୟମ ! ନୂଆ ମଙ୍ଗୁଆଳ ଦେଖିପାରେ ଓଡ଼ିଶା କଂଗ୍ରେସ

19

କନକ ବ୍ୟୁରୋ : ଦିଲ୍ଲୀରୁ ଡକରା ପାଇ ରାହୁଲ ଗାନ୍ଧୀଙ୍କ ଦରବାରରେ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତା । ତୁହାକୁ ତୁହା ଏକାଧିକ ପର୍ଯ୍ୟାୟରେ ଓଡ଼ିଶା କଂଗ୍ରେସର ସ୍ଥିତି ପରଖିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଦଳୀୟ ସଂଗଠନ ଏବଂ ରାଜ୍ୟ କଂଗ୍ରେସର ପୁନର୍ଗଠନ ପାଇଁ ରାହୁଲ କରିଛନ୍ତି ବିସ୍ତୃତ ଆଲୋଚନା ।

ଏହି ସବୁ ପ୍ରଶ୍ନ ଉପରେ ରାହୁଲ କରିଛନ୍ତି ତର୍ଜମା । ଯେଉଁଥରେ ନିରଞ୍ଜନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ଦଳୀୟ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ରଖିଛନ୍ତି ନିଜ ନିଜ ମତ । ଦିନକୁ ଦିନ ଓଡ଼ିଶାର କଂଗ୍ରେସ ସ୍ଥିତି ଦୁର୍ବଳ ହେଉଥିବା, ଜଳଜଳ ହୋଇ ଦେଖାଯାଉଛି । ଆଉ ଏତିକିବେଳେ ଦଳୀୟ ବିଧାୟକ ଏବଂ ନେତା, ଦଳରେ ଆମୁଳଚୁଳ ପରିବର୍ତନ ସପକ୍ଷରେ ମତ ଦେଉଛନ୍ତି । ଆଉ ୨୦୧୯ ନିର୍ବାଚନକୁ ଆଖି ଆଗରେ ରହି ଏହି ବୈଠକରେ ଆଲୋଚନା କରାଯାଇଥିବା କହିଛନ୍ତି ଦଳୀୟ ବିଧାୟକ ।

ଆଉ ଏସବୁ ଭିତରେ ପିସିସି ସଭାପତି ପରିବର୍ତନ ନେଇ ଚାଲିଥିବା ଚର୍ଚ୍ଚା ଉପରେ କ’ଣ ହେବ ହାଇକମାଣ୍ଡ ନିଷ୍ପତି ? ପ୍ରସାଦ ରହିବେ ନା’ ଯିବେ ? ଆଉ ଯଦି ଯିବେ ତାଙ୍କ ସ୍ଥାନରେ କିଏ ଧରିବ କଂଗ୍ରେସର ମଙ୍ଗ ? ତା’ ଉପରେ ଏବେ ସମସ୍ତଙ୍କ ନଜର ।