ମୋଦି ସୁନାମି ଆଗରେ ଫେଲ୍ ହୋଇଗଲା କଂଗ୍ରସର ସବୁ ରଣନୀତି । ହାରିଲେ ଅଧ୍ୟକ୍ଷ, ୭ ଜଣ ମୁଖ୍ୟମନ୍ତ୍ରୀ ବି ଚିତପଟାଙ୍ଗ ।

209

କନକ ବ୍ୟୁରୋ : ବର୍ଷ ବର୍ଷ ଧରି କଂଗ୍ରେସ ଜିତି ଆସୁଥିବା ପାରମ୍ପରିକ ଆସନ ଆମେଠିରେ ଏଥର ଦଳର ମଙ୍ଗୁଆଳଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିବା ରାହୁଲ, ଉତ୍ତରପ୍ରଦେଶରୁ ପ୍ରତ୍ୟାକ୍ଷିତ ହେବା ପରେ କେରଳ ୱାଇନାଡ୍ ଆସନର ଫଳାଫଳ ସାମାନ୍ୟ ଆଶ୍ୱସ୍ତ କରିଛି ।
କେବଳ କଂଗ୍ରେସ ଅଧ୍ୟକ୍ଷଙ୍କୁ ଯେ, ବଡ ଝଟକା ଲାଗଛି ତାହା ନୁହେଁ, ୨୦୧୯ ନିର୍ବାଚନୀ ମୈଦାନରେ ଥିବା ୭ ଜଣ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏଥର ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ।

ଦିଲ୍ଲୀର ୩ଥରର ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ, ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧାମ୍ ସିଂ ନାଗର, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ସିନେ୍ଧ, ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରପ୍ପା ମୋଇଲି ।

କଂଗ୍ରେସର ପରାଜୟ କେବଳ ନେତାଙ୍କ ଭିତରେ ସୀମିତ ନୁହେଁ, ୨୦୧୯ ନିର୍ବାଚନ ଏଭଳି ପରିଣାମ ନେଇ ଆସିଛି, ଯେଉଁଥିରେ ଏକାଧିକ ରାଜ୍ୟରେ କଂଗ୍ରେସ ସଂପୂର୍ଣ୍ଣ ମୁଳପୋଛ ହୋଇଯାଇଛି । ନଜର ପକାନ୍ତୁ କେଉଁ କେଉଁ ରାଜ୍ୟରେ କଂଗ୍ରେସ ଗୋଟିଏ ବି ଆସନ ଜିତିବାରେ ସମର୍ଥ ହୋଇନାହିଁ । ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତରାଖଣ୍ଡ, ହରିୟାଣା, ଆନ୍ଧ୍ର ପ୍ରଦେଶ, ଜମ୍ମୁ-କାଶ୍ମୀର, ତ୍ରୀପୁରା, ମେଘାଳୟ, ମିଜୋରାମ, ସିକିମ ଏବଂ ମଣିପୁର । ୨୦୧୯ ନିର୍ବାଚନର ପରିଣାମକୁ ଅତିକ୍ରମ କରି ପୁଣି ଥରେ ଲଢ଼େଇ କରିବାକୁ ହେଲେ କଂଗ୍ରେସ ଦଳକୁ ହୁଏତ, ଅନେକ ସଂଘର୍ଷ କରିବାକୁ ପଡ଼ିପାରେ ।