ପୁଲିସ୍ ଜାଣିଶୁଣି ଗୁମୁଡୁମାହା ହତ୍ୟାକାଣ୍ଡ ଭିଆଇଛି : କଂଗ୍ରେସ କେନ୍ଦ୍ରୀୟ ଟିମ୍

27

ଭୁବନେଶ୍ୱର ବ୍ୟୁରୋ : ଗୁମୁଡୁମାହାରେ ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ ସାରି ଫେରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୁଲିସ୍ ଜାଣୁଶୁଣି ଏହି ହତ୍ୟାକାଣ୍ଡ ଭିଆଇଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ ଅଭିଯୋଗ କରିଛି । ଘଟଣାଦିନ ଏକପାଖିଆ ଗୁଳି ଚାଳନା କରାଯାଇଥିଲା । ଗୁଳିକାଣ୍ଡ ପରେ ପୁଲିସ୍  ମୃତାହତଙ୍କୁ ସାହାଯ୍ୟ କରିନଥିଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର-ଏସଓପି ମାନିନହାନ୍ତି ସୁରକ୍ଷାକର୍ମୀ । ସବୁ କ୍ଷେତ୍ରରେ ଗୁମୁଡାମାହା ଅବହେଳିତ। ଦଳିତ ଆଦିବାସୀଙ୍କ ଉପରେ ଆକ୍ରମଣ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୌନି ବାବା ସାଜନ୍ତି ବୋଲି ଏଆଇସିସି ସଦସ୍ୟ ଅଭିଯୋଗ କରିଛନ୍ତି । ଦୁଇଦିନ ଭିତରେ କଂଗ୍ରେସ ହାଇକମାଣ୍ଡଙ୍କୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ରିପୋର୍ଟ ପ୍ରଦାନ କରାଯିବ ଓ ଲୋକସଭା ଏବଂ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିବ । ୟୁପିଏ ଶାସନ ସମୟରେ ଓଡିଶାର ଉନ୍ନତି ପାଇଁ ସର୍ବାଧିକ ଟଙ୍କା ଦିଆଯାଇଛି । ସେ ଟଙ୍କାକୁ କେଉଁଥିରେ ବିନିଯୋଗ କରାଯାଇଛି ନବୀନ ତାର ହିସାବ ଦିଅନ୍ତୁ । କନ୍ଧମାଳ ଘଟଣାରୁ ଧ୍ୟାନ ହଟାଇବା ପାଇଁ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗ ଆଣିଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ କହିଛି।