ଯୋଗେଶଙ୍କ ୱିକେଟ ପତନ ପରେ ସଂକଟରେ କଂଗ୍ରେସ : ବିରୋଧୀ ଦଳ ନେତା ପଦ ହରାଇ ପାରନ୍ତି ନରସିଂହ ମିଶ୍ର

24

କନକ ବ୍ୟୁରୋ : ୨୦୧୪ ବିଧାନସଭା ନିର୍ବାଚନରେ ୧୬ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିବା ରାଜ୍ୟ କଂଗ୍ରେସ ପାଇଁ ସଂକଟଜନକ ସ୍ଥିତି । କାରଣ ପ୍ରଥମେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଓ ପରେ ଭୁଲ ଜାତି ପ୍ରମାଣପତ୍ର ମାମଲାରେ ବିଧାୟକ ଯୋଗେଶ ସିଂଙ୍କ ସଭ୍ୟପଦ ରଦ୍ଦ ପରେ ଗୃହରେ ୧୪କୁ ଖସିଆସିଛି କଂଗ୍ରେସ ।

ସାମ୍ବିଧାନିକ ନିୟମ – ବିଧାନସଭାର ମୋଟ ସଭ୍ୟସଂଖ୍ୟା ୧୪୭ର ୧୦% ଅର୍ଥାତ ୧୪.୭ ବା ୧୫ଜଣ ସଦସ୍ୟ ରହିଲେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା

୨୦୧୪ ସାଧାରଣ ନିର୍ବାଚନ

ଲୋକସଭା (୫୪୩ ଆସନ)

ଏନଡିଏ  ୩୩୬ ଆସନ

କଂଗ୍ରେସ  ୪୪ ଆସନ

ମୋଟ ଆସନର ୧୦ ପ୍ରତିଶତ ଅର୍ଥାତ ୫୪.୩ ବା ୫୫ଟି ଆସନ ପାଇନବାକୁ ସକ୍ଷମ ହୋଇନଥିଲା ଦଳ । ଆବଶ୍ୟକ ସଂଖ୍ୟାଠାରୁ ୧୧ଟି ଆସନ କମ୍ ପାଇ ଲୋକସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିଲା କଂଗ୍ରେସ