ବିଜେଡି-ବିଜେପି ପରେ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ମୈଦାନକୁ ଓହ୍ଲାଇଲା କଂଗ୍ରେସ !

17

କନକ ବ୍ୟୁରୋ : ବିଜେଡି-ବିଜେପି ପରେ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଏ ନେଇ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, କଂଗ୍ରେସ ନିଜ ଦମରେ ନିର୍ବାଚନ ଲଢିବ । ବିଜେପୁରର ସଚେତନ ମତାଦାତାମାନେ କଂଗ୍ରେସ ସହ ଅଛନ୍ତି ଓ ରହିବେ । ନିର୍ବାଚନ ପାଇଁ କଂଗ୍ରେସ ଏବଂ ଦଳୀୟ କର୍ମୀ ପ୍ରସ୍ତୁତ ଓ ଏଥର ମଧ୍ୟ ଦଳ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।