ସୁବଳଙ୍କ ପରିବାର ବିଜେଡିରେ ମିଶିବା ପଛରେ ଷଡଯନ୍ତ୍ର ! ନିରଂଜନ କହିଲେ, ଘର ଭାଙ୍ଗୁଛନ୍ତି ବିଜେଡି ଓ ବିଜେପି

26

କନକ ବ୍ୟୁରୋ : ସୁବଳ ସାହୁଙ୍କ ପରିବାର ବିଜେଡିର ସାମିଲ ହେବା ପଛରେ ରହିଛି ବିରାଟ ଷଡଯନ୍ତ୍ର । ଘର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବିଜେଡି ଓ ବିଜେପି । କଂଗ୍ରେସ ନେତା ସୁବଳ ସାହୁଙ୍କ ପରିବାର ବିଜେଡିରେ ସାମିଲ ହେବାର ଦିନକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେଡିରେ ସାମିଲ ହୋଇଥିବାରୁ ସେ ସୁବଳଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

BJDନିଜ ସଂଗଠନ ସୁଦୃଢ କରିବା ବଦଳରେ ବିଜେଡି-ବିଜେପି କଂଗ୍ରେସର ଘର ଭଙ୍ଗା ରାଜନୀତି କରୁଥିବା ସେ ଅଭିଯୋଗ ଆଣିଛନ୍ତି । ନିଜକୁ ଦୁର୍ବଳ ମନେ କରୁଥିବାରୁ ପ୍ରଲୋଭନ ଦେଖାଇ ଯୋଡତୋଡ ରାଜନୀତି କରୁଛନ୍ତି ଦୁଇ ପ୍ରମୁଖ ଦଳ । ତେବେ ନିରଞ୍ଜନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି ବିଜେଡି ଭାଙ୍ଗିବା ରାଜନୀତିରେ ବିଶ୍ୱାସ କରେନି । ବିଜେଡି ନିଜକୁ ଗଢ଼ିବାରେ ବିଶ୍ୱାସ କରେ । କଂଗ୍ରେସ ସାରା ଦେଶରେ ନିଜେ ନିଜେ ଭାଙ୍ଗୁଛି ।