ଅଭିନବ ବିରୋଧ : ପାର୍ଲାମେଂଟର ଛାତ ଉପରେ ଚଢ଼ି ବିରୋଧ ପ୍ରଦର୍ଶନ କଲେ ପଞ୍ଜାବର କଂଗ୍ରେସ ସାଂସଦ

45

କନକ ବ୍ୟୁରୋ : ପାର୍ଲାମେଂଟରେ କଂଗ୍ରେସ ସାଂସଦଙ୍କ ଅଭିନବ ବିରୋଧ ପ୍ରଦର୍ଶନ । ମୋସୁଲ ପ୍ରସଙ୍ଗରେ ପଞ୍ଜାବର କଂଗ୍ରେସ ସାଂସଦ ପାର୍ଲାମେଂଟର ଛାତ ଉପରେ ଚଢି ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ପଞ୍ଜାବର କଂଗ୍ରେସ ସାଂସଦମାନେ ଏହି ପ୍ରଦର୍ଶନ କରିଛନ୍ତି । ଛାତ ଉପରୁ ସାଂସଦମାନେ ନାରାବାଜି କରିବା ସହ କେନ୍ଦ୍ର ଉପରେ ବର୍ଷିଥିଲେ । ମୋସୁଲରେ ୩୯ ଭାରତୀୟଙ୍କୁ ଆଇଏସ ଆତଙ୍କବାଦୀ ହତ୍ୟା କରିଥିଲେ । ଏହାର ଦେହାବଶେଷ କାଲି ଦିଲ୍ଲୀରେ ପହଂଚିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପଞ୍ଜାବର ଅଛନ୍ତି । ପଞ୍ଜାବ ସରକାର ମୃତକଙ୍କ ପରିବାରକ ଜଣକୁ ଚାକିରୀ ଦେବା ସହ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାରବର୍ଗକୁ ଆର୍ଥିକ ସହାୟତା ଘୋଷଣା କରିବାକୁ କଂଗ୍ରେସ ଦାବି କରୁଛି ।

ସୂଚନାଯୋଗ୍ୟ, ମୋସୁଲରେ ୩୯ ଭାରତୀୟଙ୍କ ମୃତ୍ୟୁ ଖବର ଆସିବା ପରେ ଦେଶରେ ହଇଚଇ ଖେଳି ଯାଇଥିଲା । ୨୦୧୪ରେ ୩୯ଜଣ ଭାରତୀୟଙ୍କୁ ଅପହରଣ କରି ହତ୍ୟା କରିଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ । ଏକ ପାହାଡ ଉପରୁ ମିଳିଥିବା ହାଡର ଡିଏନଏ ଟେଷ୍ଟ ପରେ ସେମାନେ ଭାରତୀୟ ବୋଲି ସ୍ପଷ୍ଟ ହୋଇଥିବା ଗତ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭାରେ ସୂଚନା ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ସ୍ୱତନ୍ତ୍ର ୱିଙ୍ଗ ସି-୧୭ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନରେ ଇରାକ ଗସ୍ତ କରି ସେଠାରୁ ମୃତକଙ୍କ ଅବଶେଷ ଆଣିଥିଲେ।