୧୪ ଲକ୍ଷ ଟଙ୍କାର ଗାଡିରେ ଚଢିବେ ବୋଲି ପାର୍ଟି କାର୍ଯ୍ୟକର୍ତ୍ତାଙ୍କଠାରୁ ଚାନ୍ଦା ମାଗୁଥିଲେ କଂଗ୍ରେସର ଏହି ମହିଳା ସାଂସଦ ! ଆଶାକୁ ଆଶାରେ ରଖିଦେଲେ ଅଧ୍ୟକ୍ଷ ।

415

କଂଗ୍ରେସ ସାଂସଦ ରାମ୍ୟା ହରିଦାସ ନିଜ ପାର୍ଟି କାର୍ଯ୍ୟକର୍ତ୍ତାଙ୍କଠାରୁ ଚାନ୍ଦା ଆଦାୟ କରି ଏକ ମଲ୍ଟି ୟୁଟିଲିଟି ହ୍ୱିକଲ୍ (କାର୍) କିଣିବାକୁ ଚାହୁଁଥିଲେ । କିନ୍ତୁ ରାମ୍ୟାଙ୍କ କାର୍ କିଣା ଆଶାକୁ ଆଶାରେ ରଖିଦେଇଛନ୍ତି ପ୍ରଦେଶ କଂଗ୍ରେସ ଆଲାକମାନ୍ । ରାମ୍ୟା ହରିଦାସ ଜଣେ ଚାଷୀ ପରିବାରର ଝିଅ ଯେ ୧୪ ଲକ୍ଷ ଟଙ୍କାର ଗୋଟିଏ କାର୍ କିଣିବାକୁ ଚାହୁଁଥିଲେ । ଏଥିପାଇଁ ସେ ନିଜ ସଂସଦୀୟ କ୍ଷେତ୍ରର ୧୪୦୦ ଟି ବୁଥ୍ ରେ ଚାନ୍ଦା ଆଦାୟ କରିବାକୁ ଚାହୁଁଥିଲେ । ଚାନ୍ଦା ନାଁରେ ସେ ଟଙ୍କା ଯୋଗାଡ କରିବା ଯୋଜନାରେ ଥିଲେ । ଯୁବ କଂଗ୍ରେସର କର୍ମକର୍ତ୍ତା ଯେଭଳି ୧୦୦୦ ଟଙ୍କା ଚାନ୍ଦା ଦେବେ ଏହାକୁ ନେଇ ସେ ଆଶା ବାନ୍ଧି ରଖିଥିଲେ । ଆପଣଙ୍କୁ କହିରଖୁଛୁ ରାମ୍ୟା ହରିଦାସ କେରଳରୁ ନିର୍ବାଚିତ ହୋଇଥିବା ଜଣେ ଦଳିତ ମହିଳା ସାଂସଦ ଯାହାଙ୍କ ବେତନରେ ୧୪ ଲକ୍ଷ ଟଙ୍କାର କାର୍ କିଣିବା ଅସମ୍ଭବ ଥିଲା । ତେବେ ନିର୍ବାଚନ ପ୍ରଚାରରେ ସେ ୬୭ ଲକ୍ଷ ଟଙ୍କା ଯୋଗାଡ କରିବାରେ ସଫଳ ହୋଇଥିଲେ ବଳକା ଟଙ୍କା ଚାନ୍ଦା ହିସାବରେ ଯୋଗାଡ କରିବାକୁ ମନସ୍ଥ କରିଥିଲେ ।

ତେବେ ଚାନ୍ଦା ଆଦାୟ ଘଟଣାକୁ ନେଇ ପାର୍ଟିରେ ହିଁ ବିବାଦ ଦେଖାଗଲା । ଘଟଣା ସାମ୍ନାକୁ ଆସିବା ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ୍ ଏନେଇ ଆପତ୍ତି ଉଠାଇଥିଲେ ।